Odisha news

ଧାମରାରେ କରୋନାର ଭୟାବହତାକୁ ନେଇ ଆଶଙ୍କା: କଂଗ୍ରେସ-ପ୍ରଶାସନର ଦ୍ୱାରସ୍ଥ

0

ଧାମରା :ଧାମରା ବନ୍ଦରାଞ୍ଚଳରେ କରୋନାର ଭୟାବହତାକୁନେଇ ଗୋଷ୍ଠୀ ସଂକ୍ରମଣର ଆଶା ରହିଛି, ତୁରନ୍ତ ଏହି ରୋଗ ପ୍ରଭାବରୁ ରକ୍ଷା ପାଇବା ପାଇଁ ବରିଷ୍ଠ କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର ରାଜ୍ୟ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏ ବାବଦରେ ସେ କେନ୍ଦ୍ରାଞ୍ଚଳ ଆୟୋଗ, ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଏବଂ ଶ୍ରମ ଆୟୋଗଙ୍କ ନିକଟକୁ ପତ୍ର ପ୍ରେରଣ କରିଛନ୍ତି । ଖବରରୁ ପ୍ରକାଶ ଆଦାନୀ ପୋର୍ଟ ଧାମରାରେ କାର୍ଯ୍ୟ କରୁଥିବା ଠିକାଦାର କରୋନା ର ଭୟାବହ ପରିସ୍ଥିତି ସମୟରେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଦ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ର କିଛି ଲୋକ ଙ୍କୁ ନେଇ କାର୍ଯ୍ୟ କରାଉଛନ୍ତି ଏବଂ ସେହି ଠିକାଦାର ମାନଙ୍କୁ ଉପରଲିଖିତ ରାଜ୍ୟ ମାନଙ୍କରୁ ଅଧିକ ଶ୍ରମିକ ଆଣି ନିୟୋଜିତ କରିବା ପାଇଁ ବନ୍ଦର କର୍ତୁପକ୍ଷ ଆଦେଶ ଦେଇଛନ୍ତି ।

ସବିଶେଷ ତଥ୍ୟରୁ ଜଣାଯାଇଛି ସେମାନଙ୍କର କୋବିଦ ପରୀକ୍ଷା ଆଜି ପର୍ଯ୍ୟନ୍ତ ହୋଇ ନାହିଁ । ଯଦି ସେମାନଙ୍କ ମଧ୍ୟରେ କେହି ସଂକ୍ରମିତ ବ୍ୟକ୍ତି ବିଶେଷ ଲୋକ ଥାଆନ୍ତି ତାହାହେଲେ ଏହି ମହାମାରୀ ଧାମରା ଅଞ୍ଚଳକୁ ସଂପୂର୍ଣ ଗ୍ରାସ କରିଯିବ ।ଫଳରେ ଆମ ଅଞ୍ଚଳର ଲୋକ ମାନଙ୍କର ବଞ୍ଚିବ ଦୁର୍ବିସହ ହୋଇ ପଡିବ । ଅନ୍ୟ ପକ୍ଷରେ ବାହାର ରାଜ୍ୟରୁ ଠିକାଦାର ମାନେ ବହୁ ଶ୍ରମିକ ମାନଙ୍କୁ ଆଣି ଧାମରା ବନ୍ଦର ମଧ୍ୟରେ ନିୟୋଜିତ କରୁଥିବା ବେଳେ ଅଞ୍ଚଳ ତଥା ଓଡିଶା ରାଜ୍ୟର ଶ୍ରମିକ ମାନଙ୍କୁ କେଉଁ ପରିସ୍ଥିତିରେ ପକ୍ଷପାତିତାର ଶିକାର ହେଉଛନ୍ତି ତାହା ପ୍ରଶ୍ନବାଚୀ ହୋଇ ପଡିଛି । ଗତ ଏପ୍ରିଲ ୨୦୧୮ ମସିହାରେ ହୋଇଥିବା ଜନଶୁଣାଣିରେ ବନ୍ଦର କର୍ତୁପକ୍ଷ ଅଞ୍ଚଳବାସୀଙ୍କ ସ୍ୱାସ୍ଥ ପ୍ରତି ଯତ୍ନବାନ ହେବା ସହ କୋଇଲା ପରିବହନ ସମୟରେ କୋଇଲା ଗୁଣ୍ଡ ଦ୍ୱାରା ଅଂଚଳବାସୀଙ୍କ ଜୀବନ ଦୁର୍ବୀସହ ହୋଇ ପଡୁଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ନିରାକରଣ ହୋଇ ନାହିଁ । ଧାମରା ବନ୍ଦର କର୍ତୁପକ୍ଷ ଧାମରା ୮ ପଞ୍ଚାୟତର ପ୍ରତି ପଞ୍ଚାୟତରେ ଥିବା ରାଜସ୍ୟ ଏବଂ ହାମଲେଟ ଗ୍ରାମରୁ ପଞ୍ଚାୟତ ଅଫିସକୁ ଥିବା ରାସ୍ତା ମରାମତି ଓଏହାର ମରାମତି କରିବା ପାଇଁ ଲିଖିତ ରାଜିନାମା ଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରି ନାହିଁ । ଧାମରା ବନ୍ଦର କର୍ତୁପକ୍ଷ ନିଜ ବନ୍ଦରାଞ୍ଚଳ ମଧ୍ୟରେ ଅତି ଗଭୀର ନଳକୂପ ମାନ ବସାଇ ପାଣି ବ୍ୟବହାର କରୁଥିବାରୁ ଧାମରା ଅଞ୍ଚଳରେ ଥିବା ଜଳସ୍ତର ଦିନକୁ ଦିନ ହ୍ରାସ ପାଉଛି ଫଳରେ ବହୁ ନଳକୂପ ଲୁଣି ପଡି ନଷ୍ଟ ହୋଇ ୍‍ଯାଇଛି ।

ବନ୍ଦରାଞ୍ଚଳରେ ଥିବା କଲୋନୀ ରୁ ନିଷ୍କାସିତ ମଇଳା ପାଣି ଅଞ୍ଚଳରେ ମାଡି ଯାଉଥିବାରୁ ଏହି ଅଂ‘ଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି ଏହାର ସୁ ବନ୍ଦୋବସ୍ଥ ହେବା ଜରୁରୀ ବୋଲି ମଧ୍ୟ ଦାବୀ ହୋଇଛି । ଏତଦ ବ୍ୟତୀତ ବନ୍ଦର ପାଖ ପଂ‘ାୟତ ଗୁଡିକରେ ଡ୍ରେନେଜ ବ୍ୟବସ୍ଥା,ସବୁ ପଞ୍ଚାୟତ ମାନଙ୍କରେ ପିଇବା ପାଣି ର ସୁବନ୍ଦୋବସ୍ତ କରିବା ସହ ସବୁ ପଞ୍ଚୟତରେ ସବୁଜ ବଳୟ ସୃଷ୍ଟି କରିବା ଏବଂ ଧାମରା ବନ୍ଦର ପାଇଁ ଗୃହ ଏବଂ ଜମି ହରାଇ ନିସ୍ୱ ହୋଇ ଯାଇଥିବା ବିସ୍ଥାପିତ ଓ ଲ୍ୟାଣ୍ଡ ଲୁଜର ମାନଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯାଉ ବୋଲି ସେ ତାଙ୍କର ଦାବୀ ଜଣାଇଛନ୍ତି ।ଏହା ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ସେ ଲିଖିତ ଭାବରେ ବନ୍ଦର କର୍ତୁପକ୍ଷଙ୍କ ସହ ରାଜ୍ୟ ପ୍ରଶାସନକୁ ଜଣାଇଛନ୍ତି ।

 

Nalco

Leave A Reply