ଭଦ୍ରକ, ୧୦ା୭ : ବଳିଦାନର ପର୍ବ ଇଦ୍-ଉଲ୍? ଜୁହା । ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ଭଦ୍ରକରେ ମଧ୍ୟ ଏହି ଉତ୍ସବକୁ ଖୁବ ଧୁମଧାମରେ ପାଳନ କରାଯାଉଛି । ଦୁଇ ବର୍ଷ ଧରି କରୋନା କଟକଣା ଥିବା ବେଳେ ଇଦ ଉଲ ଜୁହା ପର୍ବର ମାହୋଲ ଉପରେ କଟକଣା ଲାଗିଥିଲା । କିନ୍ତୁ ଆଜି କୌଣସି କରୋନା କଟକଣା ନଥିବାରୁ, ବହୁ ଧୁମ ଧାମରେ ଏହି ପର୍ବ କୁ ପାଳନ କରାଯାଉଛି । ଭଦ୍ରକର ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଇଦଗାହା ଠାରେ ପହଞ୍ଚି ସମୂହ ନମାଜ୍ ପାଠ କରିଥିଲେ ।
ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ପୂର୍ବପୁରୁଷମାନେ, ଈଶ୍ୱରଙ୍କ ଦିବ୍ୟବାଣୀ ଅନୁଯାୟୀ, ନିଜର ସନ୍ତାନମାନଙ୍କୁ ଇଶ୍ୱରଙ୍କ ଉଦେ୍ଦଶ୍ୟରେ ବଳି ଚଢାଇବା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ଆଲ୍ଲା ଆବିର୍ଭାବ ହୋଇ ବଳିକୁ ବନ୍ଦ କରିଥିଲେ ।ସେହି ଦିନଠାରୁ ଇସଲାମଧର୍ମାଲମ୍ବିମାନେ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା ନାମରେ ପାଳନ କରୁଛନ୍ତି । ତେବେ ଭଦ୍ରକରେ ଏହି ପର୍ବ ଭାଇଚାରା ରୀତିରେ ପାଳନ ହେଉଥିବା ବେଳେ,ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜିର ଏହି ପର୍ବ ଉପଲକ୍ଷେ ଇଦଗାହା ଠାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ ।