ଭଦ୍ରକ, ୨ା୨: ଗତକାଲି ରାତି ୯ଟାରେ ଡାକପାର୍ସଲ ଲେଖା ହୋଇଥିବା ଏକ କଣ୍ଟେନ ମଧ୍ୟରେ ବେଆଇନ୍ ଷଣ୍ଢ ଏବଂ ଗୋରୁ ଚାଲାଣ ହେଉଥିବା ଖବର ପାଇ ବିଭିନ୍ନ ସଂଗଠନ ପକ୍ଷରୁ ଉକ୍ତ କଣ୍ଟେନରକୁ ଅଟକ ରଖିବା ସହ ଦୀର୍ଘ ଦୁଇଘଣ୍ଟା କାଳ ସଂଗଠନର କର୍ମକର୍ତ୍ତା ମାନେ ଭଦ୍ରକ ଶନି ମନ୍ଦିର ଛକ ଏବଂ ନୁଆ ବସ୍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାରେ ଧାରଣା ଦେଇଥିଲେ । ପରେ ଏସ୍ପି ଚରଣ ସିଂ ମିନା ଘଟଣା ସ୍ଥଳରେ ପହଁଛି ଧାରଣା ରତ ଯୁବକ ମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ପରିପ୍ରେକ୍ଷିରେ ଆଜି ବିଭିନ୍ନ ସଂଗଠନର ଯୁବପ୍ରତିନିଧି ଟିମ୍ ଭଦ୍ରକ ଏସ୍ପି ଶ୍ରୀମିନାଙ୍କୁ ସାକ୍ଷାତ କରିବା ସହ କିପରି ବେଆଇନ୍ ଗୋଚାଲାଣ ଏବଂ ଷଣ୍ଢ ଚାଲାଣ ରୋକାଯାଇପାରିବ ସେନେଇ ଆଲୋଚନା ହୋଇଥିଲା । ଏସ୍ପି ଶ୍ରୀମିନା ଏଦିଗରେ ସମ୍ପୁର୍ଣ୍ଣ ଭାବେ ଦୃଢ଼ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ସହ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇ ବେଆଇନ୍ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କୁ ଧରାଯିବ ବୋଲି ପ୍ରତିସୃତି ଦେଇଥିଲେ । ଏହା ସହ ସହରରେ ବିଭିନ୍ନ ଛକ ମାନଙ୍କରେ ସିସି କ୍ୟାମେରା ଲଗାଯିବ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ବିଜେପି ଯୁବମୋର୍ଚ୍ଚର ରାଜ୍ୟ ବୈଷୟୀକ ସଂଯୋଜକ ସୁର୍ଯ୍ୟବଂଶୀ ସୁରଜ, ବଜରଙ୍ଗଦଳ ବାଲେଶ୍ୱର ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ଗୋସୁରକ୍ଷା ସମିତିର ସଭାପତି ଅପୁର୍ବ ରଂଜନ ବେହେରା, ସମ୍ପାଦକ ସ୍ୱରୁପା ନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରକାଶ ସ୍ୱାଇଁ, ଦେବାଂଶୁ ରାଉତ୍, ମହେଶ୍ୱର ବେହେରା, ସୁଧୀର ଦିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।