କୋଣାର୍କ : ରାମଚଣ୍ଡୀ ଥାନା ନିକଟସ୍ଥ ବାଙ୍ଗର ବରପଦା ସ୍ଥିତ ବିଶ୍ଵଶାନ୍ତି ସେବାଶ୍ରମ ପରିସରରେ ରାଜ୍ଯସ୍ତରୀୟ ସାହିତ୍ୟ ଯାତ୍ରା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଶ୍ବଶାନ୍ତି ସେବାଶ୍ରମ ର ଅଧ୍ୟକ୍ଷ ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କୁମାରକବି ପ୍ରଶାନ୍ତ କୁମାର ବାହିନୀପତି, ଉତ୍କଳବିଶ୍ୱବିଦ୍ୟାଳୟର ପ୍ରଫେସର ସୁବାସ ଚନ୍ଦ୍ର ଦାଶ, ବ୍ଯଙ୍ଗ ସମ୍ରାଟ ସଂପଦ କୁମାର ରଥ, ଆଇନୀଜୀବୀ ଡଃ ରବିନ୍ଦ୍ର କୁମାର ମିଶ୍ର, ଆଚାର୍ଯ୍ୟ ଦୟାନିଧି ପଣ୍ଡା, ଇଂ ପ୍ରମୋଦ କୁମାର ନନ୍ଦ, ସଂସ୍କୃତ ପାଲାଗାୟକ ଗଦାଧର ଦାଶ, ଡଃ ନୃସିଂହ ମହାପାତ୍ର ଓ ସୋମନାଥ ସ୍ବାଇଁ ପ୍ରମୁଖ ଯୋଗଦେଇ ସାହିତ୍ୟ କୁ ସମାଜର ପ୍ରତିଛବି ଓ ଦର୍ପଣ ସଦୃଶ ବୋଲି ମତ ଦେବା ସହ ସମାଜର ପରିବର୍ତ୍ତନ ଓ ବିକାଶାନୁମୁଖୀ ରାଷ୍ଟ୍ର ଗଠନ ଦିଗରେ ସାହିତ୍ୟ ର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ବଶାନ୍ତି ସେବାଶ୍ରମ ପରିସରରେ ବାର୍ଷିକ ମୁଖପତ୍ର କଲ୍ଯାଣୀର ଚତୁର୍ଦ୍ଦଶ ବାର୍ଷିକ ସଂସ୍କରଣକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡିଶାର ୧୫ ଗୋଟି ଜିଲ୍ଲାର ୮୦ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୁବକବି ତଥା ସାମ୍ବାଦିକ ଭାଗିରଥୀ ସ୍ବାଇଁ, ତପସ୍ୱିନୀ ବେହେରା, ମାନସୀ ବେଉରା, ଜଗଦୀଶ ସାହୁ, ସସ୍ମିତା ଗ୍ରହାଚାଯ୍ଯ ସମେତ ୩୦ ରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।