Odisha news

ଭଦ୍ରକ : ଚିିହ୍ନଟ ହେଲେ ନୂଆ ୮୨ ଆକ୍ରାନ୍ତ, ଆଉ ଜଣଙ୍କ ମୃତୁ୍ୟ ପରେ ସଂଖ୍ୟା ୧୦

0

ଭଦ୍ରକ :ଆଜି ଭଦ୍ରକ ଜିଲ୍ଲାରୁ ଆଉ ୮୨ଜଣ ନୂଆ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ୪୦ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତୁ୍ୟ ହୋଇଛି । ଯାହା ଫଳରେ ଜିଲ୍ଲାର କୋବିଡ ପରିସଂଖ୍ୟାନ ହୋଇଛି ମୋଟ ନମୁନା ପରୀକ୍ଷା ୫୮ହଜାର୧୫୭, ମୋଟ ପଜିଟିଭ କେଶ୍‍ ୩୫୮୬, ମୋଟ ସୁସ୍ଥ ହୋଇଛନ୍ତି ୨୭୩୦ ଏବଂ ମୃତୁ୍ୟ ସଂଖ୍ୟା ୧୦ ।

ଆକଫିଭ କେଶ ରହିଛି ୮୪୬ । ନୂତନ ଭାବେ ଚିିହ୍ନଟ ହୋଇଥିବା ଆକ୍ରାନ୍ତ ବାସୁଦେବପୁର ବ୍ଳକରୁ ୨ଜଣ, ବାସୁଦେବପୁର ପୌରପାଳିକାରୁ ୩, ଭଦ୍ରକ ବ୍ଳକରୁ ୧୪, ଭଦ୍ରକ ପୌରପାଳିକାରୁ ୫, ବନ୍ତ ବ୍ଳକରୁ ୨୩, ଭଣ୍ଡାରିପୋଖରୀ ବ୍ଳକରୁ ୧୧, ଚାନ୍ଦବାଲି ବ୍ଳକରୁ ଜଣେ, ଚାନ୍ଦବାଲି ଏନ୍‍ଏସିରୁ ୩ଜଣ ଏବଂ ତିହିଡି ବ୍ଳକରୁ ୨୦ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply