Odisha news

ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୫୮ପହଞ୍ଚିଲା

0

ଭଦ୍ରକ :ଭଦ୍ରକ ଜିଲ୍ଲାରୁ ଆଜି ଆଉ ୮୯ଜଣ ନୂତନ କରୋନା ଆକ୍ରାନ୍ତ ଠଜ୍ଜହ୍ନଟ ହୋଇଛନ୍ତି । ଜିଲ୍ଲାରୁ ମୋଟ ୫୬ହଜାର ୨୧ଜଣଙ୍କ ନମୁନା ପରୀକ୍ଷା ପରେ ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫୮ ହୋଇଛି । ଏମାନଙ୍କ ମଧ୍ୟରୁ ୨୬୩୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବାକି ୮୧୬ଜଣ ଆକ୍ରାନ୍ତ ପଜିଟିଭ ଭାବେ ଏବେ ଆକଫିଭ ଅଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଳକରୁ ୧୪ଜଣ, ବାସୁଦେବପୁର ପୌରପାଳିକାରୁ ୧୮ଜଣ, ଭଦ୍ରକ ବ୍ଲକରୁ ୯ଜଣ, ଭଦ୍ରକ ପୌରପାଳିକାରୁ ୧୬ଜଣ, ବନ୍ତ ବ୍ଳକରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକରୁ ୭ଜଣ, ଚାନ୍ଦବାଲି ବ୍ଳକରୁ ୧୦ଜଣ, ଧାମନଗର ବ୍ଲକରୁ ୭ଜଣ ଏବଂ ତିହିଡି ବ୍ଲକରୁ ୭ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply