ଭଦ୍ରକ :ଦିନ ଗଡୁଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭଦ୍ରକ ଜିଲ୍ଲାରେ ବଢିଚାଲିଛି । ଆଜି ନୂତନ କରୋନା ଆକ୍ରାନ୍ତ ୧୦୭ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୯୫ରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଜି ସୁଦ୍ଧା ଜିଲ୍ଳାରେ ମୋଟ ୫୩ ହଜାର ୫୪୩ ନମୁନା ପରୀକ୍ଷା ସରିଛି । ସେହିଭଳି ଆଜି ଜିଲ୍ଲାରୁ ୧୬୪ଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନୁରୂପ ଭାବେ ମୋଟ ୩୨୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୧୪ଜଣ ସୁସ୍ଥ ହୋଇଛନ୍ତି ।

ଆଉ ୭୭୨ଜଣ ଆକ୍ରାନ୍ତ ଏବେ ଚିିକିତ୍ସାରେ ରହିଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରେ ୪୩ଜଣ, ବାସୁଦେବପୁର ପୌରପାଳିକାରୁ ୧୧, ଭଦ୍ରକ ବ୍ଲକରୁ ୭, ଭଦ୍ରକ ପୌରପାଳିକାରୁ ୯, ବନ୍ତ ବ୍ଲକରୁ ୫, ଭଣ୍ଡାରିପୋଖରୀ ବ୍ଲକରୁ ୯, ଚାନ୍ଦବାଲି ବ୍ଳକରୁ ୪, ଚାନ୍ଦବାଲି ଏନ୍‍ଏସିରୁ ଜଣେ, ଧାମନଗର ଏନ୍‍ଏସିରୁ ଜଣେ, ଧାମନଗର ବ୍ଳକରୁ ୫ଜଣ ଏବଂ ତିହିଡି ବ୍ଳକରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ ହୋଇଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ମଠସାହି ସ୍ଥିତ ଦିବାରାତ୍ର କେନ୍ଦ୍ରରେ କରୋନା ଟେଷ୍ଟ ପାଇଁ ଲୋକଙ୍କ ଲମ୍ବା ଲାଇନ୍‍ ଲାଗିଥିବା ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here