Odisha news

ସାମାଜିକ ସଙ୍ଗଠନ ଦିଗ୍ଦର୍ଶନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

0

ଦଶରଥପୁର : ଯାଜପୁର ଜିଲ୍ଲାର ଅଗ୍ରଣୀ ସାମାଜିମ ସଙ୍ଗଠନ ଦିଗ୍ଦର୍ଶନ ପକ୍ଷରୁ କରୋନା ପାଇଁ ଲଢ଼ୁଥିବା କରୋନା ଯୋଦ୍ଧାମାନଙ୍କୁ ଏକ ନିଆରା ଢଙ୍ଗରେ ସମ୍ମାନୀତ କରିଛି । ଏହି ସଙ୍ଗଠନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ଯଯାତି କେଶରୀ ସାହୁଙ୍କ ସଭାପତିତ୍ୱରେ ଝୁମ୍ପୁରୀ ବଜାର ଅନ୍ନପୂର୍ଣ୍ଣା ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ଅତିରିକ୍ତ ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ଅଧ୍ୟାପକ ଜଳଧର ନନ୍ଦ, ସମାଜସେବୀ ରାକେଶ କୁମାର ସାହୁ, ଜି.ଏସ୍.ଏସ୍. ଟ୍ରଷ୍ଟ ଅଧ୍ୟକ୍ଷ ଅଧ୍ୟାପକ ସନ୍ତୋଷ କୁମାର ମାଝୀ, ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ସାହୁ, ଅବସରପ୍ରାପ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋଲକ ବିହାରୀ ମହାଳିକ ପ୍ରମୁଖ ଯୋଗଦେଇ କରୋନା ବିରୁଦ୍ଧରେ ଅଞ୍ଚଳର ଲଢ଼ୁଥିବା କରୋନା ଯୋଦ୍ଧାଭାବେ ଆଶାକର୍ମୀ, ଏ.ଏନ୍.ଏମ୍. ଦିଦି, ସାମ୍ବାଦିକ, ସମାଜସେବୀ ସଙ୍ଗଠନ, ପୋଲିସ ଅଧିକାରୀ, ସଫେଇ କର୍ମଚାରୀ, ବ୍ଲକ୍ ଅଧିକାରୀ, ତହସିଲ ଅଧିକାରୀମାନଙ୍କୁ ଅତିଥିମାନେ ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ଦିଗ୍ଦର୍ଶନ ପରିବାରର ସମସ୍ତ ସଦସ୍ୟ/ସଦସ୍ୟା, ଶିକ୍ଷାବିତ୍ ଦୁଃଶାସନ ସାହୁ, ଆଇନଜୀବୀ ଶ୍ରୀମତୀ ସାମି ସାହୁ, ଉମେଶ ଚନ୍ଦ୍ର ଦାସ, ସ୍ମୃତିରଞ୍ଜନ ଦାସ, ରଶ୍ମିରଞ୍ଜନ ସାହୁ, ଅବିନାଶ ପୃଷ୍ଟି, ସୌମ୍ୟାଶ୍ରୀ ଦାସ, ରାମଚନ୍ଦ୍ର ଦାସ, ସବିତା ସାହୁ, ମଧୁସୂଦନ ପାତ୍ର, ରାଜେଶ ପଣ୍ଡା, କ୍ଷିତିଶ କୁମାର ବେହେରା, ସତ୍ୟରଞ୍ଜନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ବନୀତା ଦାସ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇଥିଲେ ଓ ସୁମନ କୁମାର ବେହେରା ଧନ୍ୟବାଦ ଜଣାଇଥିଲେ

Ad2
Leave A Reply