ସାଲେପୁର : ରାଜ୍ୟ ସରକାର କରୋନା ମହାମାରୀ ସଂକ୍ରମଣକୁ ରୋକିବାପାଇଁ ରାଜ୍ୟ ବାହାରେ ନିଜ ପେଟ ଓ ପରିବାର ପୋଷିବା ଉଦେ୍ଦଶ୍ୟରେ ଯାଇଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସରକାରୀ ଖର୍ଚ୍ଚରେ ନିଜ ନିଜ ଅଞ୍ଚଳକୁ ଅଣାଯାଇଥିବାବେଳେ ସଂପୃକ୍ତ ପ୍ରବାସୀମାନେ ନିଜ ଅଞ୍ଚଳରେ ରୋଜଗାର ନପାଇ ବାଧ୍ୟ ହୋଇ ରାଜ୍ୟ ବାହାର ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ଏହାର ସୁଯୋଗ ବାହାର ରାଜ୍ୟରେ ଥିବା ଶ୍ରମିକ ଠିକାଦାରମାନେ ନେଉଛନ୍ତି । ଏବେ କିଛିଦିନ ହେବ ରାଜ୍ୟ ବାହାରର ବଡ଼ ବଡ଼ ବସ୍ମାନ ସାଲେପୁର ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ବିଭିନ୍ନ ଅଞ୍ଚଳରେ ରଖାଯାଇ ପୂର୍ବରୁ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟ ବାହାରକୁ ନେଉଥିବା ଦେଖିବାକୁ ମିଳିଛି । ବହୁ ପ୍ରବାସୀ ଓଡ଼ିଆଙ୍କର ଆଉ ରାଜ୍ୟ ବାହାରକୁ ଯିବାପାଇଁ ଇଚ୍ଛା ନଥିଲେ ମଧ୍ୟ ନିଜର ପରିବାର ପ୍ରତିପୋଷଣ କରିବା ଉଦେ୍ଦଶ୍ୟରେ ବାଧ୍ୟ ହୋଇ ସେମାନେ ଅର୍ଥ ଉପାର୍ଜନ କରିବା ଉଦେ୍ଦଶ୍ୟରେ ରାଜ୍ୟ ବାହାରକୁ ଯାଉଛନ୍ତି ।

ରାଜ୍ୟରେ ରୋଜଗାର ବ୍ୟବସ୍ଥା ନଥିବାରୁ ସେମାନେ ରାଜ୍ୟ ବାହାରକୁ ଯାଉଥିବା ପ୍ରକାଶ କରିଛନ୍ତି । ୨/୩ଦିନ ହେବ ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ରାଜ୍ୟର ବଡ଼ ବଡ଼ ବସ୍ମାନ ସାଲେପୁର ରୋଧପୁର ଶାରଳା ପୀଠ, ହାଇସ୍କୁଲ ପଡ଼ିଆ, ବୋଦାମୁଣ୍ଡାଇ, ଜପକୁଦ ଆଦି ଅଞ୍ଚଳରେ ପହଞ୍ଚô ସେଠାରୁ ଏହି ଅଞ୍ଚଳର ପ୍ରବାସୀମାନଙ୍କୁ ରାଜ୍ୟ ବାହାରକୁ ନିଆଯାଉଥିବା ଦେଖିବାକୁ ମିଳିଛି । ନିଜ ନିଜ ଅଞ୍ଚଳରେ କାମ ମିଳୁନଥିବାରୁ ନିଜ ପରିବାର ପ୍ରତିପୋଷଣ କରିବାପାଇଁ ଏହି ଅଞ୍ଚଳର ଯୁବକମାନେ କରୋନା ମହାମାରୀ ସମୟରେ ମଧ୍ୟ ରାଜ୍ୟ ବାହାରକୁ ଯାଉଥିବା ସେମାନେ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here