ଭଦ୍ରକ :ଗତ ୧୯ ସାଧାରଣ ନିର୍ବାଚନରେ ଭଦ୍ରକ ଜିଲ୍ଲାର ୫ଗୋଟି ବିଧାନସଭାର ବିଧାୟକ ଓ ଏକମାତ୍ର ସଂସଦୀୟ କ୍ଷେତ୍ରର ସାଂସଦଙ୍କ ହାତପାଣ୍ଡି ବିନିଯୋଗରେ ସର୍ବାଗ୍ରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଧାମନଗର ବିଧାୟକ ବିଷ୍ଣୁ ସେଠୀ ରହିଛନ୍ତି । ତାଙ୍କ ପଛକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ରହିଛନ୍ତି ।
ଜିଲ୍ଲା ଯୋଜନା ସମନ୍ୱୟ ବିଭାଗ ସୂତ୍ରରୁ ହସ୍ତଗତ ସୂଚନାନୁଯାୟୀ : ଜିଲ୍ଲାର ଭଦ୍ରକ ବିଧାୟକ ଶ୍ରୀ ମଲ୍ଳିକ ଓ ଧାମନଗର ବିଧାୟକ ଶ୍ରୀ ସେଠୀ ଚଳିତ ୨୦୧୯-୨୦ ବର୍ଷରେ ପାଇଥିବା ବିଧାୟକ ହାତପାଣ୍ଠି ୧କୋଟି ଟଙ୍କାରୁ ଶତ ପ୍ରତିଶତ(୧୦୦%)ଅର୍ଥ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲାଗି ବିନିଯୋଗ କରିସାରିଛନ୍ତି ।
ଏହି ଦୁଇ ବିଧାୟକଙ୍କ ପଛକୁ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସାମଲଙ୍କ ନାମ ରହିଛି । ବିଧାୟକ ଶ୍ରୀ ସାମଲ ତାଙ୍କ ହାତପାଣ୍ଠରୁ ୯୫.୫୦ପ୍ରତିଶତ ଅର୍ଥ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ବିନିଯୋଗ କରିସାରିଛନ୍ତି । ହେସହିଭଳି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତାଙ୍କ ବିଧାୟକ ହାତପାଣ୍ଠିରୁ ୭୯ପ୍ରତିଶତ ଅର୍ଥ ବିନିଯୋଗ କରିସାରିଛନ୍ତି ।
ଆଉ ବିନିଯୋଗ କ୍ଷେତ୍ରରେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ପଛରେ ରହିଛନ୍ତି । ବିଧାୟକ ଶ୍ରୀ ରାୟ ତାଙ୍କ ବିଧାୟକ ହାତପାଣ୍ଠିରୁ ମାତ୍ର ୧୩ପ୍ରତିଶତ ଅର୍ଥ ବିନିଯୋଗ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଜିଲ୍ଲାର ଏକମାତ୍ର ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କ ସାଂସଦ ହାତପାଣ୍ଠି(୨୦୧୯-୨୦)୫କୋଟି ଟଙ୍କା ମଧ୍ୟରୁ ପାଇଥିବା ଅଢେଇ କୋଟି ଟଙ୍କା ମଧ୍ୟରୁ ୧.୧୯କୋଟି ଟଙ୍କା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରିଛନ୍ତି ।
ଅବଶିଷ୍ଟ ୧କୋଟି ୨୫ଲକ୍ଷ ୬୨ହଜାର ୨୬୯ଟଙ୍କା ଜମା ରହିଥିବା ଜଣାଯାଇଛି । ସୂଚନା ଥାଉକି, ଜିଲ୍ଲାର ୫ବିଧାୟକ ଓ ସାଂସଦ ସେମାନଙ୍କ ହାତପାଣ୍ଠି ଅର୍ଥରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ(ସ୍କୁଲ-କଲେଜ, ରାସ୍ତାଘାଟ, କମ୍ୟୁନିଟି ସେଣ୍ଟର, ଟ୍ରାନ୍ସଫର୍ମର ଆଦି)ବାବଦକୁ ବିନିଯୋଗ କରିଛନ୍ତି । ବର୍ଷାଜଳ ଜମାଟ ବାନ୍ଧି ଚାାଷ ଜମି ନଷ୍ଟ ହେଉଥିବା ଅଭିଯୋଗ