Odisha news

ପ୍ରାକ୍ତନ ରାଷ୍ଟ୍ରପତି ଭାରତରନି ପ୍ରଣବ ମୁଖାର୍ଜୀଙ୍କ ମୃତୁ୍ୟରେ ଭଦ୍ରକ ଓକିଲସଂଘ ପକ୍ଷରୁ ଶୋକସଭା

0

ଭଦ୍ରକ (ଜିପ୍ର):ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରନି ପ୍ରଣବ ମୁଖାର୍ଜୀଙ୍କ ମୃତୁ୍ୟରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି । ଓକିଲସଂଘର ସଭାଗୃହ ପରିସରରେ ବରିଷ୍ଠ ଆଇନ୍‍ଜୀବୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତରନି ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ସ୍ୱର୍ଗତ ମୁଖାର୍ଜୀ ତାଙ୍କର ରାଷ୍ଟ୍ରପତି ଜୀବନରେ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ଅବଜଲ ଗୁରୁଙ୍କ ଠାରୁ ଆରମ୍ଭ କରି ବହୁ ଆତତାୟୀଙ୍କୁ ରାଜକ୍ଷମା ଦେଇନଥିଲେ ।

ରାଷ୍ଟ୍ରପତି ଭବନରେ ସେ ପ୍ରାୟ ୧୮ଘଣ୍ଟା ଦୈନିକ କାର୍ଯ୍ୟ କରୁଥିଲେ । ସେ ସାଧାରଣ ନାଗରିକଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବାର ସୁଯୋଗ ଦେଉଥିଲେ । ସେହିପରି ଜଣେ ରାଜନେତା, ଜନନାୟକଙ୍କର ଦେହାନ୍ତ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଉପସ୍ଥିତ ଶତାଧିକ ଆଇନ୍‍ଜୀବୀଙ୍କ ପକ୍ଷରୁ ମତପ୍ରକାଶ ପାଇଥିଲା । ଏଥିରେ ଆଇନ୍‍ଜୀବୀ ଦିବ୍ୟସିଂହ ନାୟକ, ସନ୍ତୋଷ ଆଚାର୍ଯ୍ୟ, ପୂର୍ଣ୍ଣ ମହାନ୍ତି, ବିନୟ ସ୍ୱାଇଁ, ଅଶୋକ ନାୟକ, ତୁଷାର ଦାସ, ଗିରିଧାରି ସାହୁ, ଜିତେନ୍ଦ୍ର ପଣ୍ଡା, ବିଜନ ଜେନା, ମହମ୍ମଦ ଅକ୍ତର, କୂଳମଣୀ ବେହେରା, ହେମନ୍ତ ନାୟକ, ପ୍ରଦୀପ ଲେଙ୍କା, ମାନସ ମହାପାତ୍ରା, ଦାମୋଦର ପଣ୍ଡା, ସୁରଜୀତ୍‍ ମହାପାତ୍ର, ହୃଷିକେଶ ବାରିକ, ବସନ୍ତ କୁମାର ମହାନ୍ତି, ରାଜୀବ୍‍ ବାରିକ୍‍, ହରିହର ଧଳ, କଲ୍ୟାଣ ଦାସ, ସଞ୍ଜିବ୍‍ ମହାପାତ୍ର, ସଞ୍ଜୟ କୁମାର ନାୟକ, ରାଖାଲଚନ୍ଦ୍ର ସ୍ୱାଇଁ ପ୍ରମୁଖ ବହୁ ଆଇନଜୀବୀମାନେ ଉପସ୍ଥିତ ଥିଲେ । ଓକିଲ ସଂଘ ତରଫରୁ ଏକ ଶୋକବାର୍ତ୍ତା ସ୍ୱର୍ଗତ ମୁଖାର୍ଜୀଙ୍କ ପରିବାରବର୍ଗଙ୍କ ନିକଟକୁ ପଠାଯାଇଛି ।

Leave A Reply