ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବାରସର ପଞ୍ଚାୟତର ଅବହେଳିତ ୨ଟି ଗାଁ : ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏନଏଆର୍ସିଙ୍କ ଚିଫ୍ ସେକ୍ରେଟାରୀଙ୍କୁ ପରାମର୍ଶ
ଭଦ୍ରକ :ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ବାରସର ପଞ୍ଚାୟତର ମୁତୁରିଗଡା ଓ ନୂଆବନ୍ଧ ଗାଁରେ ବସବାସ କରୁଥିବା ୪ଶହ ବାସିନ୍ଦାଙ୍କ ସର୍ବନିମ୍ନ ମୌଳିକ ସୁବିଧା ପ୍ରଦାନ କ୍ଷେତ୍ରରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏନଏଚ୍ଆରସି(ଜାତୀୟ ମାନବାଧିକାର ଆୟୋଗ)ଚିଫ୍ ସେକ୍ରେଟାରୀ(ଓଡିଶା ମୁଖ୍ୟ ଶାସନ ସଚିିବ)ଙ୍କୁ ପରାମର୍ଶ ଦେଇଛନ୍ତି । ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ବାରସର ପଞ୍ଚାୟତର ଏହି ୨ଟି ଗାଁର ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ କ୍ଷେତ୍ରରେ ଅବହେଳାକୁ ନେଇ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କ ଆବେଦନରେ ସେ ଦର୍ଶାଇଥିଲେ ଯେ, ବାରମ୍ବାର ଦୃଷ୍ଟି ଆକର୍ଷଣ ସେ‰ ପ୍ରଶଶସନିକ ଇଚ୍ଛାଶକ୍ତି ଅଭାବରୁ ଜିଲ୍ଳାର ଏହି ୨ଟି ଅନୁନ୍ନତ ଗାଁରେ କୌଣସି ମୌଳିକ ସୁବିଧା ନାହିଁ । ସ୍ୱାଧୀନତାର ୭୩ବର୍ଷ ପରେ ଏହି ଗାଁରେ ସବୁଦିନିଆ ରାସ୍ତାଟିଏ ନାହିଁ ।
ବୃଦ୍ଧ, ବୃଦ୍ଧା, ପ୍ରସୂତୀ ମହିଳା ଇତ୍ୟାଦିଙ୍କ ଚିକିସିା ପାଇଁ ଗ୍ରାମବାସୀ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆବଶ୍ୟକ ସ୍ଥଳେ ଅଗ୍ନିଶମ ଓ ଆମ୍ବୁଲାନ୍ସ ଗାଡି ଆସି ପାରେନାହିଁ । ସ୍ୱାସ୍ଥ୍ୟ ବ୍ୟବସ୍ଥା ନକହିଲେ ଚଳେ । ଶିକ୍ଷାକୁ ସାର୍ବଜନୀନ କରୁଥିବା ସରକାର ଏହି ଗାଁରେ ପ୍ରାଇମେରୀ ସ୍କୁଲଟିଏ ବି ଖୋଲି ନାହାନ୍ତି । ଏହି ୨ଟି ଗାଁର ୪ଶହ ବାସିନ୍ଦା ଗାଁଟିର ଏଭଳି ଶୋଚନୀୟ ଅବସ୍ଥା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ । ଗ୍ରାମବାସୀଙ୍କ ଏଭଳି ଦୁର୍ଦ୍ଦଶା ପ୍ରତି ସରକାର ଦୃଷ୍ଟି ନଦେବା ପରେ ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଏହି ଘଟଣାରେ ଏନଏ‘ଆରସି ଏକ ମାମଲା(କେଶ ନଂ-୧୪୫୭/୧୮/୧୮/୨୦୨୦, ୫.୬.୨୦ତାରିଖ)ରୁଜୁ କରିଛନ୍ତି । ମୌଳିକ ସୁବିଧାରୁ ବଞ୍ଚିତ ଥିବା ଗ୍ରାମବାସୀଙ୍କୁ ତୁରନ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସ‘ିବଙ୍କୁ ଆୟୋଗ ପରାମର୍ଶ ଦେଇଛନ୍ତି ।