Odisha news

ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୨୩ ଛୁଇଁଲା : ଆଜି ସକାଳ ଛଅଟା ସୁଦ୍ଧା ଚିହ୍ନଟ ୫୮, ସୁସ୍ଥ ୧୩୧, ୮୯୯ ଆକ୍ରାନ୍ତ ଚିକିତ୍ସାଧୀନ

0

ଭଦ୍ରକ :ଆଜି ଜିଲ୍ଲାରୁ ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୪୩ ହଜାର ୧୫୯ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ୨୨୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୮ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୮୯୯ଜଣ ଆକ୍ରାନ୍ତ ଏବେ ଚିିକିତ୍ସାଧୀନ ଅଛନ୍ତି । ଜିଲ୍ଲାରୁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକର ଘଟପୁର ପଞ୍ଚାୟତରୁ ୧୩ଜଣ, ଧାମନଗର ବ୍ଲକର ବୟାଙ୍ଗଡିହି ପଞ୍ଚାୟତରୁ ଜଣେ, ତିହିଡି ବ୍ଲକର ବାହାବଳପୁର ପଞ୍ଚାୟତରୁ ଜଣେ, କାଁପଡା ପଞ୍ଚାୟତରୁ ୧୧ ଚିିହ୍ନଟ ହୋଇଛନ୍ତି ।

ବାସୁଦେବପୁର ବ୍ଲକର ବିନାୟକପୁର ପଞ୍ଚାୟତରୁ ଜଣେ, ନରସିଂହପୁର ପଞ୍ଚାୟତରୁ ଜଣେ, ଇରମରୁ ୨ଜଣ, ଲକ୍ଷ୍ମୀଦାସପୁର ପଞ୍ଚାୟତରୁ ଜଣେ, ରାଜଘରପୋଖରୀ ପଞ୍ଚାୟତରୁ ୩ଜଣ, ବାସୁଦେବପୁର ପୌରପାଳିକାର ବାଲିନଗରରୁ ୨ଜଣ, ଭଦ୍ରକ ବ୍ଲକର ଗେଲପୁର ପଞ୍ଚାୟତରୁ ଜଣେ, ଅେ„ଇପଲ୍ଲୀରୁ ୨ଜଣ, ଭଦ୍ରକ ପୌରପାଳିକାର ୬ ନଂ ଓ୍ୱାର୍ଡର ୪ଜଣ, ୭ ନଂ ଓ୍ୱାର୍ଡରୁ ୨ଜଣ, ୪ ନଂ ଓ୍ୱାର୍ଡରୁ ଜଣେ, ୧୨ ନଂ ଓ୍ୱାର୍ଡରୁ ଜଣେ, ୧୬ ନଂ ଓ୍ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତରୁ ୫ଜଣ, ପାଟୁଳି ପଞ୍ଚାୟତରୁ ୨ଜଣ, ରଞ୍ଜିତ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲା ବାଲେଶ୍ୱରରୁ ୨ଜଣ ଚିିହ୍ନଟ ହୋଇଛନ୍ତି ।

Leave A Reply