Odisha news

ଅନିୟନ୍ତ୍ରୀତ ଟ୍ରାଫିକ ପାଇଁ କୃଷ୍ଣଚନ୍ଦ୍ରପୁର ରେଳ ଫାଟକରେ ଅଟକି ରହୁଛି ଆମ୍ବୁଲାନସ : ନିୟନ୍ତ୍ରଣ କରିବାକୁ କାହାରି ଚିନ୍ତା ନାହିଁ

0

ବେତନଟୀ: ଆଜି ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁରରେ ବାରିପଦାରୁ କଟକ ରୋଗୀ ନେଇ ଯାଉ ଥିବା ଦୁଇଟି ଆମ୍ବୁଲାନସ ଏକକାଳୀନ ଅଟକି ରହି ଥିଲା । ଏହି ଆମ୍ବୁଲାନସ ଗୁଡିକ ସାଇରନ ବଜାଇ ରାସ୍ତା ମାଗୁ ଥିଲେ ମଧ୍ୟ କେହି ହେଲେ ଏମାନଙ୍କ କଥା ସାଇରନ ଶୁଣିବାକୁ ନଥିଲା । ଆମ୍ବୁଲାନସ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ରାସ୍ତା ଛାଡିବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ଏହାକୁ ପାଳନ କରିବାକୁ କେହି ନାହିଁ ।

ଅନ୍ୟ ପକ୍ଷରେ ଏଠାରେ ଥିବା ଏକ ଅଣଓସାରିଆ ରାସ୍ତାରେ ଅପ ଓ ଡାଉନ ଟ୍ରାଫିକ ଚାଲୁ ଥିବା ହେତୁ ସମସ୍ତେ ନିଜ ନିଜର ଯାନବାହନ କେମିତି ଭିଡରୁ ମୁକୁଳିବ ସେନେଇ ଚିନ୍ତିତ ଥିବାର ଦେଖା ଯାଉଛି । ଆମ୍ବୁଲାନସ କଥାକୁ ପଚାରେ ବା କିଏ । ଅନ୍ୟ ପକ୍ଷରେ କୃଷ୍ଣଚନ୍ଦ୍ରପୁରରେ ଥିବା ଜଗୁଆଳି ଯୁକ୍ତ ରେଳ ଫାଟକଟି ଦିନରେ ଅନ୍ୟୁନ ୧୬ ଥର ଟ୍ରେନ ପାସିଂ ପାଇଁ ବନ୍ଦ ହେଉଛି । କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନରରେ ଟ୍ରେନ ପଶିବା ବେଳକୁ ଓ ବେତନଟୀରୁ ଟ୍ରେନ ଛାଡିବା ବେଳକୁ ଏଠାରେ ଫାଟକ ବନ୍ଦ କରି ଦିଆ ଯାଉଛି ।

ଏହି ସମୟରେ ଫାଟକର ଉଭୟ ପାଶ୍ୱର୍ରେ ବ୍ୟାପକ ଟ୍ରାଫିକ ଅଟକି ରହୁଛି । ଏଥିରେ ଆମ୍ବୁଲାନସ ଗୁଡିକ ମଧ୍ୟ ଫସୁଛନ୍ତି । ଫାଟକ ଖୋଲିବା ପରେ ଏହି ଟ୍ରାଫିକ ଗୁଡିକ ଅନିୟନ୍ତ୍ରିତ ଭାବେ ଯିବା ଆସିବା କରିବା ଦ୍ୱାରା ଜାମ ଲାଗୁଛି ଓ ଏଥିରେ ଫସିଥିବା ଆମ୍ବୁଲାନସ ମଧ୍ୟ ଅଟକି ରହିବା ପାଇଁ ବାଧ୍ୟ ହେଉଛି । ମିଳିଥିବା ସୂଚନା ମୁତାବକ ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁରରେ ରେଳବାଇ ଓଭରବ୍ରିଜ (ଆରଓବି) ତିଆରି ହେଉଛି । ତେଣୁ ଗୋଟିଏ ଅଣଓସାରିଆ ରାସ୍ତା ଦେଇ ଅପ ଓ ଡାଉନ ଉଭୟ ଟ୍ରାଫିକ ଚାଲୁଛି । ଏହି ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ ପୋଲିସ, ଥାନା ପୋଲିସ କିମ୍ବା ଆରଓବି କାର୍ଯ୍ୟ କରୁଥିବା ଆଇରନ ଟ୍ରାଙ୍ଗେଲର ସୁରକ୍ଷା କର୍ମୀ କେହି ହେଲେ ନାହାଁନ୍ତି । ଫଳ ସ୍ୱରୂପ ଗୁରୁତର ରୋଗୀ ହନ୍ତସନ୍ତ ହେଉଛନ୍ତି ।

Leave A Reply