ବିଭିନ୍ନ କାମ କରିବା ବାହାନା ନେଇ ବେତନଟୀ ବ୍ଲକ ଅଞ୍ଚଳରେ ବଙ୍ଗ ଭାଷାଭାଷୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା
ବେତନଟୀ : ଦିନକୁ ଦିନ ବେତନଟୀ ବ୍ଲକ ଅଞ୍ଚଳ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ନେଇ ଅଞ୍ଚଳବାସୀ ଆକଳନ କରିଛନ୍ତି । ଦେଖା ଯାଉଛି ବିଭିନ୍ନ କାର୍ଯ୍ୟ ଯଥା ରାଜମିସ୍ତ୍ରୀ , ଫେରିବାଲା ଭାବେ ଗାଁ ଗାଁ କୁ ବୁଲି ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରିବା ଭଳି ଅନେକ କାର୍ଯ୍ୟରେ ଏହି ବାଂଲାଦେଶୀ ତଥା ବଙ୍ଗ ଭାଷାଭାଷୀ ମାନେ ଲିପ୍ତ ରହୁଥିବାର ଦେଖା ଯାଉଛି । ବହୁ ପୂର୍ବରୁ ବେତନଟୀ ଏବଂ ବୈଶିଙ୍ଗା ଥାନା ଅଧୀନରେ ବଡ ଧରଣର ଚୋରି, ଅସାମାଜିକ କାର୍ଯ୍ୟରେ ଏହି ବଙ୍ଗ ଭାଷାଭାଷୀ ଲୋକ ଲିପ୍ତ ଥିବା ର ଅନେକ ନଜିର ରହିଛି । ବେତନଟୀ ବ୍ଲକ ବାଲେଶ୍ଵର ଜିଲ୍ଲାର ସନ୍ନିକଟରେ ଥିବା ବେଳେ ବଙ୍ଗ ଭାଷାଭାଷୀ ଲୋକେ ଏହି ପଡୋଶୀ ଜିଲ୍ଲାରୁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଏମାନଙ୍କର ପ୍ରବେଶତା ବୃଦ୍ଧି ପାଇ ପାରେ ବୋଲି ଅଞ୍ଚଳବାସୀ ଆକଳନ କରିଛନ୍ତି । ଏହି ବଙ୍ଗ ଭାଷାଭାଷୀ ଲୋକଙ୍କର ବ୍ଲକ ଅଞ୍ଚଳରେ ଆଗକୁ ଏହି ପରି ବୃଦ୍ଧି ହୋଇ ଚାଲିଲେ ଘରେ ଘରେ ଚୋରୀ ସମସ୍ୟା ଏବଂ ବିଭିନ୍ନ ଅସାମାଜିକ କାର୍ଯ୍ୟର ବୃଦ୍ଧି ହୋଇପାରେ ବୋଲି ଅଞ୍ଚଳବାସୀ ପୂର୍ବାନୁମାନ କରିଛନ୍ତି । ଏମାନଙ୍କୁ ଚିହ୍ନଟ କରି ବେତନଟୀ ବ୍ଲକ ତଥା ବେତନଟୀ ଥାନା ସମେତ ବୈଶିଙ୍ଗା ଥାନା ଅଞ୍ଚଳ ଅଧୀନରେ ଥିବା ସମସ୍ତ ପଞ୍ଚାୟତରୁ ସେମାନଙ୍କୁ ବିଦା କରିବା ଦିଗରେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳ ତ୍ବରିତ ଭାବେ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି ।
