ଯୋଡା, ଅଗଷ୍ଟ 8, 2024 : ଟାଟା ଷ୍ଟିଲ୍ର ଓର୍, ମାଇନ୍ସ ଆଣ୍ଡ୍ କ୍ୱାରିଜ୍ ଡିଭିଜନ (ଓକ୍ୟୁଏମ୍) ଅଧୀନସ୍ଥ ନୂଆମୁଣ୍ଡି ଲୌହ ଖଣି ଓ ଯୋଡ଼ା ଇଷ୍ଟ ଲୌହ ଖଣି କୁ ଦୀର୍ଘସ୍ଥାୟୀ ବିକାଶ ମୂଳକ ପଦକ୍ଷେପ ପାଇଁ ୫-ଷ୍ଟାର ରେଟିଂ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଂଟରନ୍ୟାସନାଲ୍ ସେଂଟର୍ରେ ଆୟୋଜିତ ଏକ ସମାରୋହରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଟାଟା ଷ୍ଟିଲ୍ ଯୋଡ଼ା ର ଚିଫ ରାଜେଶ କୁମାର, ଟାଟା ଷ୍ଟିଲ୍ ନୂଆମୁଣ୍ଡି ଲୌହ ଖଣି ର ଚିଫ ଡି ବିଜୟେନ୍ଦ୍ର, ଟାଟା ଷ୍ଟିଲ୍ର ପ୍ଲାନିଂ, ମାଇନ୍ ପ୍ଲାନିଂ (ଓକ୍ୟୁଏମ୍) ହେଡ ପିଙ୍କୁ କୁମାର ଓ ଓକ୍ୟୁଏମ୍ର ମାଇନ୍ ପ୍ଲାନିଂ ଏରିଆ ମ୍ୟାନେଜର ଗୌରବ ମୁଖାର୍ଜୀ କମ୍ପାନି ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ୫- ଷ୍ଟାର ରେଟିଂ ବ୍ୟବସ୍ଥାରେ ଖଣି ପରିଚାଳନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଯଥା ପରିଚାଳନା ଦକ୍ଷତା, ପରିବେଶ ପରିଚାଳନା, ସୁରକ୍ଷା ମାନକ, ଗୋଷ୍ଠୀ ସଂପୃକ୍ତି ଓ ସ୍ଥାୟୀ ଅଭ୍ୟାସ ଆଦିର ଅନୁଶୀଳନ କରାଯାଉଛି। ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସର ଅଧିକାରୀମାନଙ୍କ ଦ୍ୱାରା ପ୍ରତିଟି ଯୋଗ୍ୟତା ମାନଦଣ୍ଡକୁ ଅନୁଶୀଳନ କରାଯାଉଛି। ଏହାର ଲକ୍ଷ୍ୟ ହେଉଛି ଦାୟିତ୍ୱସମ୍ପନ୍ନ ଖଣି ଅଭ୍ୟାସକୁ ଗ୍ରହଣ କରିବା ସହ ଉତ୍କର୍ଷ ହାସଲ କରିବା ପାଇଁ ଖଣିଗୁଡ଼ିକୁ ପ୍ରୋତ୍ସାହିତ କରିବା।
ନୂଆମୁଣ୍ଡି ଓ ଯୋଡ଼ା ଇଷ୍ଟ ଖଣିକୁ ନିରନ୍ତର ମାନ୍ୟତା ଖଣି ଶିଳ୍ପରେ ଶ୍ରେଷ୍ଠ ଅଭ୍ୟାସ କାର୍ଯ୍ୟକାରୀ କରିବାରେ ଟାଟା ଷ୍ଟିଲ୍ର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ପରିଚାଳନା ଉତ୍କର୍ଷ, ପରିବେଶ ସଂରକ୍ଷଣ ଓ ସାମାଜିକ ଦାୟିତ୍ୱ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଏହି ସମ୍ମାନଗୁଡ଼ିକ ପ୍ରତିଫଳିତ କରୁଛି।
ଉନ୍ନତ ପ୍ରଯୁକ୍ତି ଓ ଶ୍ରେଷ୍ଠ ଖଣି ଅଭ୍ୟାସ କାର୍ଯ୍ୟକାରିତାରେ ଟାଟା ଷ୍ଟିଲର ନୁଆମୁଣ୍ଡି ଓ ଯୋଡ଼ା ଆଇରନ ମାଇନ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରହିଛନ୍ତି। ଏହି ଦୁଇ ଖଣି ମାଇନିଂ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ପାଇଁ ସଫ୍ଟୱେର, ଫ୍ଲିଟ ପରିଚାଳନା ବ୍ୟବସ୍ଥା, ରିମୋଟ କଣ୍ଟ୍ରୋଲ ଡ୍ରିଲ ଓ ରିୟଲ ଟାଇମ ମନିଟେରିଙ୍ଗ ସିଷ୍ଟେମ ବ୍ୟବହାର କରାଯାଉଛି।
ଏତଦ୍ ବ୍ୟତୀତ, ପାରିପାର୍ଶ୍ବିକ ଗ୍ରାମରେ ବାସ କରୁଥିବା ଲୋକମାନଙ୍କ ସାମଗ୍ରିକ କଲ୍ୟାଣ, ଶିକ୍ଷା ଓ ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ଓ ପରିମଳ, ଜୀବିକା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଗୋଷ୍ଠୀ ଅଭିଯାନ ଗ୍ରହଣ କରାଯାଇଛି।
