Odisha news

ସୋର : ମଧ୍ୟାହ୍ନ ଭୋଜନ ଖାଇ ୫୦ ଜଣ ଛାତ୍ର ଛାତ୍ରୀ 

0
ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ  ଶିରାପୁର ସ୍ଥିତ ଉଦୟ ନାରାୟଣ ନୋଡାଲ ବିଦ୍ୟାଳୟ ରେ  ଆଜି  ମଧ୍ୟାହ୍ନ ଭୋଜନ ଖାଇ ୫୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖନାରେ ଭର୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ  ତରକାରୀ ଓ ଭାତ  ଦିଆଯାଇଥିଲା। ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି ହୋଇ ଅସୁସ୍ଥ ହୋଇପଡିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଖାଦ୍ୟ ରେ ଝିଟିପିଟି ପଡ଼ି ଖାଦ୍ୟ ବିଷାକ୍ତ ହୋଇ ଥିବା ଜଣାପଡିଛି ।ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବର ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ସେମାନେ  ପ୍ରାଥମିକ ଚିକିତ୍ସା କରାଯାଉଛି l
Ad2
Leave A Reply