ମୟୂରଭଞ୍ଜ ଜିଲ୍ଲା ଭୀମଦା ଉପକଣ୍ଠ ଅର୍ଜୁନବାରିଆ ଗ୍ରାମରୁ ଘରତାଲା ଭାଙ୍ଗି ଭିତରେ ପଶିବା ସହିତ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର, ନଗଦ ଟଙ୍କା ଓ କଂସା ବାସନକୁସନ ଚୋରି ହୋଇଥିବା ନେଇ ଶନିବାର ବିଳମ୍ବିତ ରାତ୍ରିରେ ଅଭିଯୋଗ ହେବା ପରେ ରବିବାର ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚଳାଇଛି ପୁଲିସ । ଏତଲାକାରୀ ଅର୍ଜୁନବାରିଆ ଗାଁର ଅତନୁ ନାୟକଙ୍କ ଅଭିଯୋଗ ମୁତାବକ ତାଙ୍କ ପରିବାର ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ତାଲା ଓ ଆଲମାରୀ ଭାଙ୍ଗି ଆଲମାରୀ ଭିତରେ ଥିବା ଅତନୁ ଙ୍କର ଗୋଟିଏ ସୁନାଚେନ, ମୁଦି ଦୁଇଟି, ସ୍ତ୍ରୀଙ୍କ ମଙ୍ଗଳସୂତ୍ର, ସୁନାଚେନ, ରୂପା ଗୋଡ଼ମୁଦି ୪ଟି, ରୂପା ପାଉଁଜି ଏବଂ ପୁରୁଣା ମୋବାଇଲ ସମେତ ନଗଦ ୪ରୁ ୫ହଜାର ଟଙ୍କା ଚୋରିକରି ନେଇଛନ୍ତି l ସେହିଭଳି ଘରେ ଥିବା କଂସା ବାସନକୁସନ ସମେତ ୪ବସ୍ତା ଚାଉଳ ମଧ୍ୟ ଚୋରି କରି ନେଇଛନ୍ତି l ଏନେଇ ଅତନୁଙ୍କ ଏତଲାକ୍ରମେ ୧୯୮/୨୪ ନମ୍ବରରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ବଡ଼ସାହି ପୁଲିସ l