Odisha news

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀ ପାଳିତ 

0
ବେତନଟୀ : ବେତନଟୀ ଅଧୀନ ଗଡଦେଉଳିଆ ପଞ୍ଚାୟତର ଭାନୁପୁର ଗ୍ରାମରେ ଥିବା ସାନ୍ତାଳି (ଅଲଚିକି) ଶିକ୍ଷାନୁଷ୍ଠାନ “ଶାର୍ନା ସେଚେଦ୍‌ ଅଲ୍‌ ଇତୁନ୍‌ ଆଶ୍ଳା” ପକ୍ଷରୁ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତି ବୁଦ୍ଧ ପୁର୍ଣିମାରେ ପାଳିତ ହୋଇଯାଇଛି।ଛାତ୍ର ଛାତ୍ରୀମାନେ ପ୍ରଥମେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫୋଟରେ ପୁଷ୍ପ ,ଧୂପ,ଦୀପ ଦେଇ ପୂଜାର୍ଚ୍ଚନା କରି ଶ୍ରଧାଞଳୀ ଅର୍ପଣ କରିଥିଲେ। ଅଲ ଇତୁନ ଆଶ୍ଳାର ଶିକ୍ଷକ କୈଳାଶ ଚନ୍ଦ୍ର ମୁର୍ମୁ ସେମ୍‌ଲେଦ ଚିର(ପତାକା) ଉତ୍ତୋଳନ କରିଥିଲେ।ପାରମ୍ପାରିକ ବସ୍ତ୍ର ପରିଧାନ କରି ଉପସ୍ଥିତ ଥିବା ଛାତ୍ର ଛାତ୍ରୀମାନେ ସମବେତ କଣ୍ଠରେ ସାନ୍ତାଳୀ ଧର୍ମଗ୍ରନ୍ଥ “ହିତାଲ” ପାଠ କରିଥିଲେ। ପରେ ଶିକ୍ଷକ ଶ୍ରୀ ମୁର୍ମୁ ରଘୁନାଥ ମୁର୍ମୁଙ୍କ ଜୀବନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ “ମିଶନ ଅଲ୍‌ଚିକି -୨୦୨୫”କୁ ସଫଳ କରିବାକୁ ହେଲେ ସମସ୍ତ ସାନ୍ତାଳ ଭାଇ ଭଉଣୀ ମାନେ ଅଲଚିକି ଶିକ୍ଷା ଗ୍ରହଣ କରିବା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ଯକର୍ମରେ ଅଲଚିକି ଶିକ୍ଷକ ଗୌର ମୋହନ ମାରାଣ୍ଡି,ବାଇଧର ଟୁଡ଼ୁ,ଲକ୍ଷ୍ମଣ ମାରାଣ୍ଡି, ଆଶ୍ଳାର ସଭାପତି ସମ୍ବରାୟ ହେମ୍ବ୍ରମ୍,ସମ୍ପାଦକ ଜଗନ୍ନାଥ ହେମ୍ବ୍ରମ୍ ଉପସ୍ଥିତ ଥିବା ବେଳେ ଘନଶ୍ୟାମ ମୁର୍ମୁ,ସୁଜିତ ଟୁଡ଼ୁ,ସିଦ୍ଧେଶ୍ୱର ମୁର୍ମୁ,ଅଜୁ ମୁର୍ମୁ,ଜଣ୍ଡୁ ମୁର୍ମୁ ପ୍ରମୂଖ ସହଯୋଗ କରିଥିଲେ।
Leave A Reply