ବେତନଟୀ : ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତର ସାଂଳପୁର ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ପ୍ରସନ୍ନ ମହାପାତ୍ର ଶୌଚ ହେବାକୁ ଗ୍ରାମ ପାର୍ଶ୍ୱ ପୋଖରୀକୁ ଯାଇଥିବାବେଳେ ପାଣିରେ ବୁଡି ମୃତବରଣ କରିଛନ୍ତି l ତେବେ ମିଳିଥିବା ସୂଚନା ଅନୁସାରେ ପାଖ ଆଡିଆସାହି ଗ୍ରାମର ଜଣେ ଗ୍ରାମବାସୀ ସେଇ ପୋଖରୀ ପାଖ ଦେଇ ଯାଉଥିବାବେଳେ ପ୍ରସନ୍ନ ପୋଖରୀ ଭିତରେ ପଡିଥିବାର ଦେଖିଥିଲେ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ l ପରେ ପରିବାର ଲୋକ ଓ ଗ୍ରାମବାସୀ ମିଶି ତାଙ୍କୁ ପ୍ରଥମେ ମାଣତ୍ରୀ ଓ ପରେ ବଡ଼ସାହି ଡାକ୍ତରଖାନାକୁ ନେଇଯାଇଥିଲେ l ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ବୈଶିଙ୍ଗା ଥାନା ଏସଆଇ ବୋଇତ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଶବ ବ୍ୟବଛେଦ ପାଇଁ ବାରିପଦା ପଠାଇଥିଲେ l ଏନେଇ ବୈଶିଙ୍ଗା ଥାନାରେ ୫୮/୨୩ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l