Odisha news

ଜାନୁଆରୀ ୭ ରେ ଜିଲ୍ଲା ସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା

0
ଦଶପଲ୍ଲା ୨୪/୧୨ : ସ୍ୱର ସଙ୍ଗୀତ ର ମଧୁମୟ ଝଙ୍କାର ‘ ସଙ୍ଗୀତ ଧାରା ‘ ଅନୁଷ୍ଠାନ ପକ୍ଷରୁ ଆସନ୍ତା ଜାନୁଆରୀ ମାସ ୭ ତାରିଖରେ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ  ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଦଶପଲ୍ଲା ବ୍ଲକ, ଗଣିଆ ବ୍ଲକ, ଓ ନୂଆଗାଁ ବ୍ଲକ ର ୧୪ ରୁ ୨୪ ବର୍ଷ ର ଛାତ୍ରଛାତ୍ରୀ ଓ ପାଠ ପଢୁ ନଥିବା ଏବଂ ସଙ୍ଗୀତ ପ୍ରତି ପ୍ରତିଭା ଥିବା କଳାକାର ମାନେ ଅଂଶ ଗ୍ରହଣ କରି ପାରିବେ । ଏହି ପ୍ରତି ଯୋଗୀତା ରେ ଉତ୍ତୀର୍ଣ୍ଣ ବ୍ୟକ୍ତି ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହେବା ସହ ଜିଲ୍ଲା ସ୍ତରୀୟ ପ୍ରତିଯିଗୀତାରେ ଅଂଶ ଗ୍ରହଣ କରିବେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ  ପ୍ରଥମ ସ୍ଥାନ  ବିଜେତା ଙ୍କୁ ୧୧ ହଜାର ଟଙ୍କା ସହ ସଙ୍ଗୀତ କଲୋଳ ଉପାଧି ପ୍ରଦାନ କରାଯିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନ ବିଜେତା ଙ୍କୁ ୫ ହଜ଼ାର ଟଙ୍କା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ଡ଼ଃ ବିଜୟ କୁମାର ଚୌଧୁରୀ,ଓ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ସ୍ଥାନୀୟ ରାଧାମୋହନ ଜୀଉ ନୋଡାଲ ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ପଟନାୟକ ଯୋଗ ଦେଇ ସଙ୍ଗୀତ ଧାରାର ଏହି କାର୍ଯ୍ୟକ୍ରମ ଉପରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ବିଶେଷ ଭାବେ ଗ୍ରାମାଞ୍ଚଳ ରେ ଲୁକାଇତ ପ୍ରତିଭୂ ମାନଙ୍କୁ ଚିହ୍ନଟ କରିବା ଏହାର ମୁଖ୍ୟ ଉଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ ।

Leave A Reply