ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ସଂରକ୍ଷିତ ଜଙ୍ଗଲ ସନ୍ନିକଟ ବୈଦପୁର ହାଟପଡିଆ ନିକଟରେ ବୁଧବାର ପୂର୍ବାହ୍ନ ସମୟରେ ବାଘୁଆ ମହୁମାଛି ଆକ୍ରମଣରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ସମେତ ପଥଚାରୀ ଆହତ ହୋଇ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାର ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ସମୟରେ ହଠାତ ମହୁମାଛି ଦଳ ରାସ୍ତାରେ ଯାଉଥିବା ଛାତ୍ରଛାତ୍ରୀଙ୍କ ସମେତ ପଥଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଉକ୍ତ ମହୁମାଛି କାମୁଡାରେ ଫଳରେ ଦୁଇଜଣ ସ୍କୁଲଛାତ୍ର କୁରାଢ଼ିକ ଗ୍ରାମର ଶୁଭମ ମହାନ୍ତ ଏବଂ କିରଣ ମହାନ୍ତ , ବୈଦପୁର ଗ୍ରାମର ଦୁର୍ଗା ସିଂ(୧୮), ମେର୍ଦା ଗ୍ରାମର ଦୀପିକା ଡଗରା(୧୯) ଏବଂ ଦୟାନିଧି ଲେଙ୍କା (୪୪) , ବେଣାପୁରା ଗ୍ରାମ ର କୃପାସିନ୍ଧୁ ସାହୁ(୬୩), ଯୁଗଳ ଗ୍ରାମର ରାଜେନ୍ଦ୍ର ଧାଉଁଡିଆ(୩୮) , ସାତପଉଟିଆ ଗ୍ରାମର ଇନ୍ଦ୍ରଜିତ ସାହୁ(୨୮) ଏବଂ ଶୁଭଲକ୍ଷ୍ମୀ ସାହୁ(୧୬) ପ୍ରମୁଖ ଗୁରୁତର ଆହତ ହୋଇ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତୀ ହେବା ସହ ଚିକିତ୍ସିତ ହୋଇଥିଲେ। ମହୁମାଛି ଆକ୍ରମଣରେ ଶିକାର ହୋଇଥିବା କିଛି ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ଆଉ କିଛି ଜଣ ଅପରାହ୍ନ ସମୟରେ ଘରକୁ ଫେରିଯାଇଥିବାର ଜଣାଯାଇଛି ।
