ବେତନଟୀ : ଆସନ୍ତା ଜୁଲାଇ ୨୮ତାରିଖ ଗୁରୁବାର ଆସୁଥିବା ପ୍ରଫେଟ ମହମ୍ମଦ ଜୟନ୍ତୀ ପାଇଁ ଆଜି ସନ୍ଧ୍ୟାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ମାନଙ୍କୁ ନେଇ ବୈଶିଙ୍ଗା ଥାନାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକରେ ବୈଶିଙ୍ଗା ଥାନାଞ୍ଚଳରେ ଥିବା ବରିଷ୍ଠ ମୁସଲମାନ ଭାଇ ମାନେ ଯୋଗଦେଇଥିଲେ l ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ କିପରି ପାଳନ କରାଯିବ ସେ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା। ମୁସଲମାନ ଧର୍ମଗୁରୁମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ। ତାଜିଆ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଧର୍ମପୀଠ ରେ ପହଞ୍ଚିବା ସହିତ ନିଜ ନିଜ ଭିତରେ ଭାଇ ଚାରା ବଜାୟ ରଖିବାକୁ ବୈଶିଙ୍ଗା ପୋଲିସ ପରାମର୍ଶ ଦେଇଥିଲା। ଥାନାଧୂକାରୀ ତପନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସଆଇ ସୁମନ୍ତ ସେଠୀ ତଥା ଗୋବିନ୍ଦରାୟପୁର ଓ ଯୁଗପୁରା ଅଞ୍ଚଳର ସେକ କେଶର, ସେକ ଦିଲାବର, ମଲ୍ଲିକ ମହିମୁଦ୍ଦିନ, ସେକ ଅଜିମ, ତସଲିମ ଖାନଙ୍କ ସମେତ ଏକାଧିକ ବରିଷ୍ଠ ବ୍ୟକ୍ତି ମାନେ ଯୋଗଦେଇଥିଲେ। ଶାନ୍ତି କମିଟି ର ସଦସ୍ୟ ମାନେ ପ୍ରଫେଟ ମହମ୍ମଦ ଜୟନ୍ତୀକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାର ପ୍ରତିଶୃତି ଦେଇଥିଲେ।