Odisha news

ପାଞ୍ଚ ଦଫା ଦାବିରେ କାରା କର୍ମଚାରୀଙ୍କ ଆମରଣ ଅନଶନ

0
କୋଣାର୍କ, ତା୨୫-୦୯-୨୩ : ପାଞ୍ଚ ଦଫା ଦାବିରେ ନିଖିଳ ଓଡିଶା କାରା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ । ଗତ ୧୩ତାରିଖ ଠାରୁ କାରା କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି ଡିୟୁଟି କରୁଥିବା ବେଳେ ସରକାର ଦାବି ପୂରଣ ନକରିବାରୁ ଆଜିଠାରୁ ରାଜ୍ୟର ସମସ୍ତ କାରା କର୍ମଚାରୀ ମାନେ  ଆମରଣ ଅନଶନ ଆରମ୍ଭ କରିଛନ୍ତି । କୋଣାର୍କ, ବାଙ୍ଗର ସ୍ଥିତ ପୁରୀ ଜିଲ୍ଲା ମୁଖ୍ୟ କାରାଗାରର କର୍ମଚାରୀ ମାନେ ସୋମବାର ସକାଳ ଛଅଟା ରୁ ଆମରଣ ଅନଶନରେ ବସିଥିଲେ । ୱାର୍ଡର ଓ ଚିଫ ୱାର୍ଡରଙ୍କ ଗ୍ରେଡ ପେ ବୃଦ୍ଧି ।
୨୦୧୨ ମସିହା ପୁରୁଣା ପଦୋନ୍ନତି ନିୟମ ଲାଗୁ କରିବା ,ଉପଖଣ୍ଡ ସ୍ଥରୀୟ ବଦଳି ନିୟମରେ କୋହଳ,ଖାଦ୍ୟ ଭତ୍ତା ବୃଦ୍ଧି ଓ ୧୩ ମାସିଆ ଦରମା ବୃଦ୍ଧି ଦାବିରେ ଏହି ଆମରଣ ଅନଶନ ଆରମ୍ଭ ହୋଇଛି । କଳା ବ୍ୟାଚ ପିନ୍ଧି ସରକାରଙ୍କୁ ଦାବି ଜଣାଇବାର ଦୁଇ ସପ୍ତାହ ମଧ୍ୟରେ ସରକାର କାରା କର୍ମଚାରୀଙ୍କୁ ଡ଼ାକି କୌଣସି ଆଲୋଚନା କଲେନି ତେଣୁ ବାଧ୍ୟ ହୋଇ କର୍ମଚାରୀ ସଂଘ ପକ୍ଷରୁ ଆମରଣ ଅନଶନ ଭଳି ଚରମ ନିଷ୍ପତି ନିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ କର୍ମଚାରୀ ମାନେ ଅନଶନରେ ରହିବେ ବୋଲି ପୁରୀ ଜିଲ୍ଲା କାରା କର୍ମଚାରୀ ସଂଘ ସମ୍ପାଦକ  ପ୍ରବୋଦ ଶତପଥୀ  କହିଥିଲେ । ପୁରୀ କାରାଗାର କର୍ମଚାରୀ ସଙ୍ଘ ସଭାପତି ୱାର୍ଡନ ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ , ଉପସଭାପତି ଆଶିଷ କୁମାର ପ୍ରଧାନ ପ୍ରମୁଖ ଏହି ଆମରଣ ଅନଶନରେ ନିଜର ଦାବି ଉପସ୍ଥାପନ କରିଥିଲେ ।

Leave A Reply