Odisha news

ବୈଶିଙ୍ଗା ଡାକ୍ତରଖାନାରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ବାଣ୍ଟିଲେ ସମାଜସେବୀ ବିକାଶ ଚନ୍ଦ୍ର ସେଠୀ

0
ବେତନଟୀ : ଆଜି ସନ୍ଧ୍ୟା ସମୟରେ ସମାଜସେବୀ ବିକାଶ ଚନ୍ଦ୍ର ସେଠୀ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚି  ଚିକିତ୍ସାଧୀନ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଶୁଖିଲା ଫଳ ,ବସ୍ତ୍ର ଓ ଛତା ବଣ୍ଟନ କରିଥିଲେ । ରୋଗୀ ମାନଙ୍କୁ କିପରି  ଉଚିତ ସେବା ମିଳି ପାରିବ ସେନେଇ ଉପସ୍ଥିତ ଡାକ୍ତର ଅଙ୍କିତା ପୃଷ୍ଟିଙ୍କ ସହ ଆଲୋଚନା କରିଥଲେ । ବିଭିନ୍ନ ରୋଗୀ ମାନଙ୍କୁ ସେବା ଯୋଗାଇ ଦେବା ମନ ବୃତ୍ତିକୁ ନେଇ ସେହି ପରି ମାଣତ୍ରୀ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ରୋଗୀମାନଙ୍କୁ ଭେଟିବା ସହ ତାଙ୍କ ଅବସ୍ଥା ପଚାରି ବୁଝିବା ସହ ଫଳ ବଣ୍ଟନ କରିଥିଲେ। ତାଙ୍କର ଏହି ପରି ସେବା ମନବୃତ୍ତି ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ତାଙ୍କ ସହିତ ବରିଷ୍ଠ ବିଜେଡି ନେତା ସୁଶାନ୍ତ ବଳା, ସାମ୍ବାଦିକ ହରିଶ ଚନ୍ଦ୍ର ସାମଲ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
Leave A Reply