Odisha news

ରଜ ଓ ରଥ ପାଇଁ ବାଙ୍ଗିରିପୋଷି-ପୁରୀ ଟ୍ରେନ ନିୟମିତ ଚଳାଚଳ ପାଇଁ ଦାବି : ମୟୂରଭଞ୍ଜ ବାସୀଙ୍କୁ ଟ୍ରେନ ତୁଳନାରେ ବାଧୁଛି ବସଭଡ଼ା

ବହାନଗା ଟ୍ରେନ ଦୁର୍ଘଟଣା ପାଖରୁ ବନ୍ଦ ରହିଛି

0

ବେତନଟୀ :  ବାହାନଗା ଟ୍ରେନ ଦୁର୍ଘଟଣା ଦିନ ପାଖରୁ ୧୦ଦିନ ଧରି ବନ୍ଦ ରହିଛି ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ । ବର୍ତମାନ ରଜସଂକ୍ରାନ୍ତି ପାଇଁ ଗାଁକୁ ଫେରୁଥିବା ଶ୍ରମ ଓ କର୍ମଜୀବୀ ତଥା ବନ୍ଧୁବାନ୍ଧବ ବିଶେଷ ହଇରାଣ ହେଉଛନ୍ତି । ତତସହିତ ଆଗକୁ ରଥ ପାଇଁ ମୟୂରଭଞ୍ଜ ସମେତ ଉପକୂଳବର୍ତୀ ଜିଲ୍ଲାର ଭକ୍ତଗଣ ପୁରୀ ଯିବା ପାଇଁ ଚିନ୍ତାରେ ପଡ଼ିଛନ୍ତି । ଟ୍ରେନଟି ପ୍ରତିଦିନ ଭୋର ବାଙ୍ଗିରିପୋଷିରୁ ବାହାରି ଭୁବନେଶ୍ୱରରେ ୧୦ଟା ଓ ପୁରୀରେ ୧୧ଟାରେ ପହଁଚିଥାଏ । ସେହିଭଳି ଅପରାହ୍ନ ୪ଟା ୩୦ରେ ପୁରୀରୁ ବାହାରି ରାତିରେ ବାଙ୍ଗିରିପୋଷିରେ ପହଁଚିଥାଏ । ପ୍ରତିଦିନ ସଂରକ୍ଷିତ ଟିକେଟ ଶେଷ ସାଙ୍ଗକୁ ଜେନେରାଲ ବଗିରେ ଭିଡ଼ ରହିଥାଏ । ଯାତ୍ରୀ ମାନେ ଭୁବନେଶ୍ୱର ପହଞ୍ଚି ଅନ୍ୟାନ୍ୟ ସ୍ଥାନକୁ ଯିବାପାଇଁ ସେଠାରୁ ମନୋନୀତ ଟ୍ରେନରେ ଯାତ୍ରା ମଧ୍ୟ କରନ୍ତି । ମାତ୍ର ୨ତାରିଖରୁ ଟ୍ରେନ ବାତିଲ ପାଇଁ ନିର୍ଭରଶୀଳ ଯାତ୍ରୀଙ୍କୁ ଅନେକ ସମସ୍ୟାର ଶିକାର ହେବାକୁ ପଡୁଛି । ମୟୂରଭଞ୍ଜରୁ ପର୍ଯ୍ୟାପ୍ତ ବସ ସୁବିଧା ନଥିବାରୁ ଜନସାଧାରଣ ଯା’ଆସ ପାଇଁ ହଇରାଣ ହେଉଛନ୍ତି । ତତସହିତ ଟ୍ରେନ ଭଡା ଠାରୁ ୪ଗୁଣ ଅଧିକ ବସଭଡ଼ା ଜିଲ୍ଲାର ଗରିବ ଆଦିବାସୀ ଜନସାଧାରଣଙ୍କୁ ଭରଣା କରିବାରେ ବ୍ୟାହତ ହେଉଛି । ରଜ ଓ ରଥ ପାଇଁ ଦୃଷ୍ଟି ଦେବା ପାଇଁ ବିଜେଡି ମୁଖପାତ୍ର ତଥା ମୟୂରଭଞ୍ଜର  ଯୁବ ନେତା ପ୍ରୀୟବ୍ରତ ମାଝି ଟ୍ବିଟ ମାଧ୍ୟମରେ ରେଳବିଭାଗର ସମସ୍ତ ଉଚ୍ଚକର୍ତ୍ତୃପକ୍ଷ ଓ ରେଳମନ୍ତ୍ରଣାଳୟକୁ ଅବଗତ କରିଛନ୍ତି । ଶ୍ରୀ ମାଝି ଉଲ୍ଲେଖ କରିଛନ୍ତି କି, ରେଳଚଳାଚଳ ସ୍ବାଭାବିକ ହେବା ପରେ ଅନେକ ଦୂରଗାମୀ ସହିତ ଜନଶତାଦ୍ଦି ଭଳି ସ୍ବଳ୍ପ ଦୂରତା ବିଶିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲେ ହେଁ ମୟୂରଭଞ୍ଜ ପ୍ରତି ଦକ୍ଷିଣ ପୂର୍ବ ରେଳବାଇ ପୁଣି ଅଣଦେଖା କରିଛି । ଏନେଇ ଖଡଗପୁର ଡିଆରଏମ ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ଶ୍ରୀ ମାଝିଙ୍କୁ ଉତ୍ତର ମାଧ୍ୟମରେ ଅବଗତ କରିଛନ୍ତି । ସେହିପରି ମୟୂରଭଞ୍ଜର ପ୍ରସ୍ତାବିତ ବିଭିନ୍ନ ରେଳରୁଟ ପ୍ରତି ରେଳବିଭାଗ ଦୃଷ୍ଟି ଦେଲେ ଏକ ବିକଳ୍ପ ରେଳରୁଟ କାର୍ଯ୍ୟକାରୀ ହୁଅନ୍ତା ବୋଲି ଶ୍ରୀ ମାଝି କହିଛନ୍ତି ।

Leave A Reply