Odisha news

ବୈଶିଙ୍ଗା ଅଞ୍ଚଳ ରେ ଉତ୍ପାତ ରଚୁଛନ୍ତି ହାତୀ ପଲ , ଧାନ ଫସଲ ବ୍ୟାପକ କ୍ଷୟକ୍ଷତି, ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନଚାଷୀ, ଦୁଇଟି ଘର ଭାଙ୍ଗି ଦେଲେ

0

ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ବନପାଳ ଅଧିନ ନିକଟସ୍ଥ ଦଲଦଲି , ଚୁଆପଦା , ମହୁଲିଆ, ଶ୍ରୀବତ୍ସପୁର ଆଦି ଗ୍ରାମ ଗୁଡିକରେ ହାତୀ ପଲ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ପ୍ରାୟ ୬୨ ଟି ହାତୀ ଙ୍କ ପଲ ଧାନ କ୍ଷେତରେ ପଶି ପାଚିଲା ଧାନ ଖାଇବା ସହ ବ୍ୟାପକ କ୍ଷୟକ୍ଷତି ରଚିଥିବା ଅଭିଯୋଗ ହୋଇଛି। ହାତୀ ଶାବକ ଟିଏ ଜନ୍ମ ନେଇଥିବାରୁ ହାତୀପଲ ଏହି ଅଞ୍ଚଳ ଛାଡି ଯାଉ ନାହାନ୍ତି। ଆଜି ସନ୍ଧ୍ୟାରେ ମହୁଲିଆ ଓ ଶ୍ରୀବତ୍ସପୁର ଗ୍ରାମ ରେ ପ୍ରବେଶ କରି ଥିବାର ସୂଚନା ମିଳିଛି। ଏ ସମ୍ପର୍କରେ ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ଙ୍କୁ ପଚାରିବାରୁ ସେ ଓ ଫରେଷ୍ଟ ଗାର୍ଡ ଜୟନ୍ତୀ ପାତ୍ର ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୩୦ ଜଣ ବନ ସୂରକ୍ଷା କର୍ମଚାରୀ ଏହି ହାତୀ ପଲ ଙ୍କୁ ନିଆଁ ର ମଶାଲ୍ ସାହାଯ୍ୟରେ ଘଉଡ଼ାଇବାକୁ ଉଦ୍ୟମ ଚାଲିଥିବା ପ୍ରକାଶ କରିଛନ୍ତି। ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି। ଗତ କାଲି ସନ୍ଧ୍ୟା ସମୟରେ ଏହି ହାତୀ ପଲ ଦାମୋଦରପୁର ଗ୍ରାମର ହିମାଂଶୁ ଶେଖର ପତିଙ୍କ ଘର କବାଟ ଭାଙ୍ଗି ଏକ କୁଇଣ୍ଟାଲରୁ ଅଧିକ ଅରୁଆ ଚାଉଳ ଖାଇଦେଇଛନ୍ତି। ସେହିପରି ରଘୁନାଥ ସିଂଙ୍କ ଘର ଭାଙ୍ଗି ଜିନିଷପତ୍ର ନଷ୍ଟ କରିଦେଇଥିବା ବେଳେ ମୃତାହତା କେହି ହୋଇନାହାନ୍ତି। ଆଜି ସନ୍ଧ୍ୟା ସମୟରେ ଦାମୋଦରପୁର, ଖଇରବଣୀ, ଅଞ୍ଚଳରେ ଥିବାର ଶ୍ରୀ ଦିଗଲ ପ୍ରକାଶ କରିଛନ୍ତି।

Leave A Reply