Odisha news

ବେତନଟୀ : ମାଣତ୍ରୀର ପର୍ଯ୍ୟଟନ ବିକାଶ ଦାବି ନେଇ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଯୁବ ନେତା ବୃନ୍ଦାବନ : ସମସ୍ତ ଐତିହ୍ୟ ମଣ୍ଡିତ କୀର୍ତ୍ତିରାଜିର ତାଲିକା ମାଗିଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ପ୍ରସିଦ୍ଧ ହରିହର ପୀଠ ବାବା କଖାରୁଆ ବୈଦ୍ୟନାଥ ବିଜେ ମାଣତ୍ରୀର ସାମଗ୍ରିକ ଉନ୍ନତିର ଆବଶ୍ୟକତା ରହିଛି । ଏହି କ୍ଷେତ୍ରଟି ପ୍ରାକୃତିକ ବୈବଭରେ ପରିପୂର୍ଣ୍ଣ । ଏହି କ୍ଷେତ୍ରକୁ ଉଦଳା, ବାରିପଦା, ବଡସାହି, ବେତନଟୀ ସବୁ ଦିଗରୁ ଗମନାଗମନ ରହିଛି । ଏବେ ମଧ୍ୟ ମାଣତ୍ରୀ ଜାଗର ଯାତ୍ରା ଉତ୍ତର ଓଡିଶାରେ ଖ୍ୟାତନାମା ଓ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି । ଏହି କ୍ଷେତ୍ର ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ମନ୍ଦିର ଆଖପାଖରେ କିଛି ବୃହତ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଆବଶ୍ୟକ । ସଂପ୍ରତି କରୋନା ପ୍ରତିବନ୍ଧକ ହେତୁ ଏହାର ସେବାୟତଙ୍କ ଠାରୁ ଆରମ୍ଭ କରି ଟହଲିଆ, ପରିଚ୍ଛା ସମସ୍ତଙ୍କ ବୃତ୍ତିରେ ପ୍ରଭାବ ପଡିଛି ।

ଲକଡାଉନ ଓ ପ୍ରତିବନ୍ଧକ ହଟିଲେ ଏଠାରେ ପର୍ଯ୍ୟଟନର ବିକାଶ କଲେ ଏହା ଏଠାକାର ଅଧିବାସୀ ଓ ଅନ୍ୟ ମାନଙ୍କ ପାଇଁ ଏକ ବଡ ଅବଦାନ ହେବ । ବାହାରୁ ଆସୁ ଥିବା ପର୍ଯ୍ୟଟକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଲେ ଏହି କ୍ଷେତ୍ରକୁ ଭକ୍ତ ମାନେ ଆସିବେ ଓ ଏହାର ଖ୍ୟାତି ଯେତିକି ରହିଛି ତାହା ଧୀରେ ଧୀରେ ଚାରିଗୁଣ ହେବ । ଏହି ମର୍ମରେ ଦାବି କରିଛନ୍ତି ବିଜେଡି ଯୁବ ନେତା ବୃନ୍ଦାବନ ଦାସ । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରର ସୁଯୋଗ ନେଇ ବୃନ୍ଦାବନ ମାଣତ୍ରୀ ହରିହର କ୍ଷେତ୍ରକୁ କେମିତି ଆହୁରି ଆକର୍ଷଣୀୟ କରି ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଫେରି ଥିବାର ଜଣା ପଡିଛି । ବୃନ୍ଦାବନଙ୍କ ସହିତ ମାନସ ମିଶ୍ର, ସନାତନ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେଡି ନେତୃବୃନ୍ଦ ଜ୍ୟୋତିପ୍ରକାଶଙ୍କୁ ଭେଟି ଥିଲେ ।

ମନ୍ତ୍ରୀ ଜ୍ୟୋତିପ୍ରକାଶ ସମଗ୍ର ବଡସାହି ବିଧାନ ସଭା କ୍ଷେତ୍ରରେ ଥିବା ଐତିହ୍ୟ ମଣ୍ଡିତ କୀର୍ତ୍ତିରାଜି ବାବଦରେ ବୃନ୍ଦାବନଙ୍କ ସହିତ ଆଲୋଚନା କରି ଥିଲେ । ପୁରାତନ କୀର୍ତ୍ତିରାଜି ଗୁଡିକୁ ଚିହ୍ନଟ କରି ସେଗୁଡିକର ପୁର୍ନଉଦ୍ଧାର ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ ମତ ଦେଇ ଥିଲେ । ମୟୂରଭଞ୍ଜର କୀର୍ତ୍ତିରାଜି ଗୁଡିକ ନିଆରା ଓ ଏହାର ପୃଷ୍ଠଭୂମି ଏକ ସଂସ୍କୃତି ସମ୍ପନ୍ନ ଗାଥା ବହନ କରି ଥିବାରୁ ଏଗୁଡିର ପୁର୍ନଉଦ୍ଧାର ଓ ସଂରକ୍ଷଣ ହେବା ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ ମତ ପ୍ରକାଶ କରି ଥିଲେ । ବୃନ୍ଦାବନ ଓ ବିଜେଡି ନେତୃବୃନ୍ଦଙ୍କର ଏହି ଦାବିକୁ ସେ ଅଗ୍ରାଧିକାର ସହିତ ବିଚାର କରିବେ ବୋଲି ମନ୍ତ୍ରୀ ମତ ଦେଇ ଥିଲେ । ମୟୂରଭଞ୍ଜର ବଡସାହି ବିଧାନସଭା କ୍ଷେତ୍ରର ସମସ୍ତ ଐତିହ୍ୟ ସମ୍ପନ୍ନ ଓ ପୁରାତନ କୀର୍ତ୍ତିରାଜ ଗୁଡିକର ଏକ ତାଲିକା ପ୍ରସ୍ତୁତ କରି ଦେବାକୁ ମନ୍ତ୍ରୀ ଜ୍ୟୋତିପ୍ରକାଶ ବୃନ୍ଦାବନଙ୍କୁ ନିଦେ୍ର୍ଦଶ ଦେଇ ଥିବାର ଜଣା ପଡିଛି । ବୃନ୍ଦାବନ ଓ ତାଙ୍କ କର୍ମୀ ମାନେ ଏବେ ଏହି ତାଲିକା ପ୍ରସ୍ତୁତ ପାଇଁ ଲାଗି ପଡିଛନ୍ତି ।

Leave A Reply

Your email address will not be published.