Odisha news

ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ,ଦୁଇ ଗିରଫ ହେବା ସହ ଟଙ୍କା ଏବଂ ଗାଡି ଜବତ

0

ବେତନଟୀ/ବୈଶିଙ୍ଗା : –ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଠାରେ ଫୁବବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଜୁଆପାଲି ଖେଳ ହେଉଥିବାର ଖବର ପାଇ ବୈଶିଙ୍ଗା ପୁଲିସ ଚଢାଉ କରିଥିଲା। ସନ୍ଧ୍ୟା ହୋଇ ଯାଇଥିବାରୁ ଜୁଆ ଖେଳୁଥିବା କିଛି ଜୁଆଡ଼ି ମାନେ ଅନ୍ଧାରର ସୁଯୋଗ ନେଇ ପାର୍ଶ୍ଵ ଜଙ୍ଗଲ ଭିତରକୁ ଖସି ପଳାଇ  ଯିବାକୁ ସକ୍ଷମ ହୋଇଥିଲେ। ମାତ୍ର ଜୁଆ ଖେଳ କରୁଥିବା ମୂଖ୍ୟ ଅଭିଯୁକ୍ତ ଦ୍ୱୟ ପୁଲିସ ହାତରେ ଧରାପଡିଥିଲେ। ଏହି ଦୁଇ ଜଣ  ବୈଶିଙ୍ଗା ଥାନା ଅଧୀନ ନଡପୁର ଗ୍ରାମର ୰ ରଘୁନାଥ ରଣାଙ୍କ ପୁଅ ଜୟନ୍ତ ରଣା/କୁନା (୪୦) ଏବଂ ଗରଗଡ଼ିଆ ଗ୍ରାମର ଗଣେଶ୍ଵର ମହାନ୍ତଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ମହାନ୍ତ/କାଳିଆ (୨୪) ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ନଗଦ ୧୨୬୦ଟଙ୍କା ଏବଂ ଓଡି-୦୧ଡି-୪୨୭୫ ନମ୍ବର ବିଶିଷ୍ଟ ସ୍ପ୍ଲେଣ୍ଡର ବାଇକଟି ଜବତ ହୋଇଥିବା ଜଣାଯାଇଛି। ଏନେଇ ବୈଶିଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Leave A Reply