Odisha news

ବିଦ୍ୟାଳୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମ

0

ବେତନଟୀ/ବୈଶିଙ୍ଗା  : ଭାରତର ଯଶସ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯୁଗନ୍ତକାରୀ ପଦକ୍ଷେପ ”ବେଟୀ ବଚାଓ ବେଟୀ ପଢ଼ାଓ” କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି। ଏହି କାର୍ଯ୍ୟକ୍ରମର ଅଗ୍ରଗତି କରିବା ପାଇଁ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କୁନି ଝିଅ ମାନଙ୍କର ଅଭିଭାବକ ମାନଙ୍କୁ ସଚେତନ କରିବା ପାଇଁ ବ୍ୟାଙ୍କ ମାନଙ୍କ ଦ୍ୱାରା ଅଭିନବ ପ୍ରୟାସ ଜାରି ରହିଛି। ଏହାକୁ ଆଧାର କରି  ବୈଶିଙ୍ଗା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ବୈଶିଙ୍ଗା ପଞ୍ଚାୟତ ଅଧୀନ ମହୁରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଶନିବାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ଜେନା ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ଏହି  କାର୍ଯ୍ୟକ୍ରମରେ ଅଭିଭାବକ ମାନଙ୍କୁ ସନ୍ଦେଶ ଦିଆଯାଇଥିଲା। ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ସଂଯୁକ୍ତା ପ୍ରଧାନ, କ୍ଷେତ୍ର ଅଧିକାରୀ ଚୈତନ୍ୟ ସାମଲ, ସହକାରୀ ପରିଚାଳକ ଦିଲ୍ଲୀପ କଲିଆ, ବ୍ୟାଙ୍କ ପ୍ରତିନିଧି ନନ୍ଦକିଶୋର ଧଳ  ପ୍ରମୁଖ ବିଦ୍ୟାଳୟ ପହଞ୍ଚି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମହୁରୀ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ଧର୍ମପଦ ରାଉତ, ସମ୍ପାଦକ ସୌମ୍ୟରଞ୍ଜନ ରାଉତଙ୍କ ସମେତ ମହୁରୀ ଯୁବକ ସଂଘର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମର ସହଯୋଗ କରିଥିଲେ।

Leave A Reply