ବେତନଟୀ/ବୈଶିଙ୍ଗା (ନିପ୍ର)–ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ସୁଯୋଗ ଦେବାପାଇଁ ଜିଲ୍ଲାସ୍ତରରେ ପ୍ରତି ଆଶ୍ରମ ବିଦ୍ୟାଳୟ ମାନଙ୍କରୁ କୃତି ପିଲାଙ୍କୁ ଚୟନ କରି ରାଜ୍ୟସ୍ତରୀୟ କ୍ରୀଡା ରେ ଅଂଶ ଗ୍ରହଣ କରିବାପାଇଁ ସୁଯୋଗ ଆଣିଛନ୍ତି।
ଏଥିପାଇଁ ରାଇକମା ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ କୁମାରୀ ଭାରତୀ କିସ୍କୁ, ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ଜିଲ୍ଲା ବାଲ୍ୟବିବାହ ନିରୋଧ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରକାଶ କୁମାର କର,ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀଣୀ ଉପମା ଗନ୍ତାୟତ (CDPO)ବେତନଟୀ,ଅଁଳା ତଥା ଖୁଣ୍ଟାପୁର ସେକ୍ଟରର ସୁପରଭାଇଜର ଅଧିକାରିଣୀ ଛବିରାଣୀ ବେହେରା, ପ୍ରମୁଖ ଉପସ୍ଥିତ ହୋଇ ଫୁଟବଲ ତଥା ଖେଳ ପୋଷାକ ପ୍ରଦାନ କରି କୁମାରୀ ଭାରତୀ କିସ୍କୁଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ଏଥିସହିତ ବାଲ୍ୟ ବିବାହ ନିରୋଧ ସମ୍ପର୍କରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା।ପ୍ରଧାନଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।