Odisha news

ବ୍ରଜମୋହନ ଜୀଉ ପେଟ୍ରୋଲ ପମ୍ପରେ ତ୍ରୀରଙ୍ଗା ବିତରଣ

0

ବେତନଟୀ/ବୈଶିଙ୍ଗା :  “ଆଜାଦୀ କି ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ସାରା ଦେଶ ଆଜି ପାଳନ କରୁଥିବା ପରିପେକ୍ଷୀରେ “ହର ଘର ତ୍ରୀରଙ୍ଗା” ଲଗାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ ପ୍ରତି କୋଣ ଅନୁକୋଣରେ ସାଧାରଣ ଜନତା ପାଳନ କରୁଥିବା ଦେଖିବାକୁ ମିଳିଛି। ଅଗଷ୍ଟ ୧୫ପୂର୍ବରୁ ପ୍ରତିଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଆଦିରେ ୧୨ତାରିଖ ଠାରୁ ତ୍ରୀରଙ୍ଗା ଉଡ଼ୁଥିବା ଯୋଗୁଁ ଲୋକମାନଙ୍କ ମନରେ ପ୍ରକୃତ ଆଜାଦୀର ଭାବନା ଉଙ୍କି ମାରୁଥିବା ଜଣାଯାଇଛି। ବିଭିନ୍ନ ବେସରକାରୀ ଅନୁଷ୍ଠାନ , ଯୁବକ ସଂଘ ମଧ୍ୟ ତ୍ରୀରଙ୍ଗା ବିତରଣ କରୁଥିବା ଦେଖିବାକୁ ମିଳିଛି। ଏହି ଉପଲକ୍ଷେ ଆଜି ଅପରାହ୍ନରେ କଦଳୀଆ ସ୍ଥିତ ବ୍ରଜମୋହନ ଜୀଉ ପେଟ୍ରୋଲ ପମ୍ପରେ ଏହାର ମାଲିକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା ଏକ ତ୍ରୀରଙ୍ଗା ବିତରଣ ଉତ୍ସବ ଆୟୋଜନ କରିଥିଲେ।ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଯୋଗଦେଇ ପତାକା ବିତରଣର ଶୁଭାରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଲକ୍ଷ୍ମୀଧର ଦଣ୍ଡପାଟ, ରତିକାନ୍ତ ମହାନ୍ତ, ଖଗେଶ୍ଵର ରାଉଳ, ପ୍ରଶାନ୍ତ ସାମଲ, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ଗୋବିନ୍ଦ ମହାନ୍ତ, ସୁଦର୍ଶନ ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ପେଟ୍ରୋଲ ପମ୍ପର କର୍ମଚାରୀ ଉପସ୍ଥିତ ରହି ତ୍ରୀରଙ୍ଗା ବିତରଣରେ ସହଯୋଗ କରିଥିଲେ।ପରେ ପରେ ତେଲ ପକାଇବା ପାଇଁ ଆସୁଥିବା ସମସ୍ତ ଉପଭୋକ୍ତା ମାନଙ୍କୁ ମଧ୍ୟ ତ୍ରୀରଙ୍ଗା ବିତରଣ କରାଯାଇଥିଲା।

Leave A Reply