Odisha news

ବେତନଟୀ : ପଣସିଆ ବଜାର କମିଟୀ ତର‘ରୁ ସହୀଦଙ୍କ ପାଇଁ ଶୋକ, ଚାଇନା ସାମଗ୍ରୀ ବର୍ଜନ

0

ବେତନଟୀ, ୨୧/୬ : ବୈଶିଙ୍ଗା ଥାନା ଅଧୀନ ପଣସିଆ ଛକରେ ଥିବା ବଜାର କମିଟୀ ତର‘ରୁ ଭାରତ-ଚୀନ ସୀମାନ୍ତରେ ସହୀଦ ହୋଇ ଥିବା ଜବାନ ମାନଙ୍କ ଉଦେ୍ଧଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଛି । ଆବାହକ ସନ୍ତୋଷ କୁମାର ପଣ୍ଡିତ ଏହି କାର୍ଯ୍ୟକ୍ରମର ଆୟୋଜନ କରି ଥିବା ବେଳେ ସମାଜସେବୀ ବ୍ରଜକୁମାର ଦାସ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଥିଲେ ।

୨୦ ଜଣ ସହୀଦଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରା ଯାଇ ଥିଲା । ଏହା ସହିତ ଚାଇନା ନିର୍ମିତ ସାମଗ୍ରୀ ଗୁଡିକ ବ୍ୟବହାର ନକରିବାକୁ ଡାକରା ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ପରିଡା, ବସନ୍ତ ଜେନା, ତୁଷାରକାନ୍ତ ମହାନ୍ତ, ମନୋରଞ୍ଜନ ବେହେରା, ଶ୍ରୀଧର ଦାସ, ପଦ୍ମଲୋଚନ ସିଂ, ମନ୍ମଥ ପ୍ରମାଣିକ, ଦାମୋଦର ସାହୁ, ମନୋଜ ନାଥ, ହିମାଂଶୁ ସେଠୀ, ରଙ୍ଗଲାଲ ମହାନ୍ତ, ଗଙ୍ଗାଧର ପରିଡା, ବିଶ୍ୱଜିତ ନାୟକ, ଅଶୋକ ରାଉଳ, ପ୍ରଶାନ୍ତ ସେନାପତି ଓ ଅନ୍ୟମାନେ ଯୋଗ ଦେଇ ଥିଲେ

IEC 2 years
Leave A Reply