ବେତନଟୀ, ୨୧/୬ : ଆଜି ବୈଶିଙ୍ଗା ବିଜେପି ଦଳୀୟ କାର୍ଯ୍ୟାଳୟ ପରିସରରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ବହୁ କର୍ମୀ, କର୍ମକର୍ତ୍ତା ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଯୋଗ କରି ଥିବାର ଦେଖା ଯାଇଛି । ବଡସାହି ବିଧାୟକ ନିଜେ ପ୍ରଶିକ୍ଷକ ଭାବେ ଉପସ୍ଥିତ ଜନ ସାଧାରଣଙ୍କୁ ଯୋଗ ଓ ପ୍ରାଣାୟମର ମହତ୍ତ୍ୱ ବାବଦରେ ବୁଝାଇ ଥିଲେ । ପ୍ରତ୍ୟେକ ଦିନ ନିୟମିତ ଯୋଗାଭ୍ୟାସ, ଖାଦ୍ୟରେ ନିୟନ୍ତ୍ରଣ ରକ୍ଷା କଲେ ଆମ୍ଭେ ବହୁ ରୋଗବ୍ୟାଧିରୁ ବଞ୍ଚିବା ସହିତ ସୁସ୍ଥ ଜୀବନ ଯାପନ କରି ପାରିବା ବୋଲି ବିଧାୟକ ମତ ପ୍ରକାଶ କରି ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ଏବେ ଆଜିର ଦିନକୁ ବିଶ୍ୱ ଯୋଗ ଦିବସ ଭାବେ ଗ୍ରହଣ କରି ଅଧିକାଂଶ ଦେଶରେ ଏବେ ଲୋକେ ଯୋଗ କରୁଛନ୍ତି । ଏହା ବ୍ୟତୀତ ଭାରତର ସୈନିକ ମାନେ ସିଆଚିନ ଗ୍ଲାସିଆର, ଲେହ, ଲୋଦାକ ଭଳି ଥଣ୍ଡା ଅଞ୍ଚଳରେ ପଡି ଥିବା ବର‘ ଉପରେ ମଧ୍ୟ ଏହି ଯୋଗାଭ୍ୟାସ କରିବାର ଚିତ୍ର ଯୋଗ କରୁ ଥିବା ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିଛି । ବିଧାୟକ ନିଜେ ଯୋଗ କରିବା ସହିତ ଅନ୍ୟ ମାନଙ୍କୁ ଯୋଗ ଓ ଆସନ କରିବାକୁ ଉତ୍ସାହିତ କରି ଥିଲେ ।
ଏହି କାର୍ଯର୍୍ୟକ୍ରମରେ ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ନଡପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ସମ୍ପାଦକ ଅଶୋକ କୁମାର ବେହେରା, ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ରବିକାନ୍ତ ପ୍ରଧାନ, ଖଗେଶ୍ୱର ରାଉଳ, ବୀରେନ୍ଦ୍ର ପ୍ରଧାନ, ଅଭୟ ମହାପାତ୍ର, ପିତାମ୍ବର ମହାପାତ୍ର, ପ୍ରଶାନ୍ତ ସାମଲ, ସନ୍ତରା ସରପଞ୍ଚ ଚାଡରା ହେମ୍ବ୍ରମ, ଗଡଦେଉଳିଆ ସରପଞ୍ଚ ମଧୁ ସିଂ, ଜିତୁ ଦଳେଇ, ମଙ୍ଗଲ ମୁର୍ମୁ ଓ ଅନ୍ୟ ଯୋଗପ୍ରେମୀ ମାନେ ଯୋଗ ଦେଇ ଥିଲେ । ସେହିପରି ବେତନଟୀ ପଦ୍ମମାଳି ମହିଳା ସଂଗଠନ ତର‘ରୁ ଯୋଗ ଦିବସ ପାଳିତ ହୋଇଛି । ପଦ୍ମମାଳି ସମ୍ପାଦିକା ପ୍ରଭାତୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳୀ ଭୂୟାଁ, କୋଷାଧ୍ୟକ୍ଷା ବିନୋଦିନୀ ମହାନ୍ତ, ସୁମତୀ ମହାନ୍ତ, ମିନତୀ ସାହୁ, ମିନାକ୍ଷୀ ପରିଡା ପ୍ରମୁଖ ଯୋଗ ଦେଇ ଥିଲେ । ବୈଶିଙ୍ଗା ଥାନା ଅଧୀନ ନାଖରାରେ େ‘ାର୍ଡ ଆନୁକୂଲ୍ୟରେ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଫୋର୍ଡର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ପରିଚାଳନା କରି ଥିଲେ । କାର୍ଯ୍ୟକ୍ରମରେ ତପନ କୁମାର ବେହେରା, ସଞ୍ଜୟ କୁମାର ଦାଶ, ପଙ୍କଜ କୁମାର ପାଳ, ମିଲନ କୁମାର ଖଣ୍ଡା, ବନ୍ଦନା ଜେନା ଓ ଅନ୍ୟମାନେ ଯୋଗ ଦେଇ ଥିଲେ ।