Odisha news

ଯାଜପୁର : ଆର୍ନ୍ତଜାତୀୟ ସଂସ୍ଥା ପ୍ରତିନିଧିଙ୍କ ଉତ୍କଳିକା ସମିତି ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ପ୍ରଥମ ଫୋଡ଼ର ଟେକ୍ନୋଲୋଜି ପାର୍କ ପରିଦର୍ଶନ

0

ଯାଜପୁର: ୨୧/୦୬ :  ଯାଜପୁର ଜିଲ୍ଳାର ଉତ୍କଳିକା ସମିତି ଦ୍ୱାରା ରସୁଲପୁର ବ୍ଲକ ଅର୍ନ୍ତଗତ ବିଲିପଡ଼ା ଠାରେ ପ୍ରତିଷ୍ଠିତ ଫୋଡ଼ର ଟେକ୍ନୋଲୋଜି ପାର୍କକୁ ଆନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ସଂସ୍ଥାନ (ଆଇ.ସି.ଏ.ଆର୍.ଡ଼ି.ଏ) ର ଏକ ବୈଷୟୀକ ପ୍ରତିନିଧି ମଣ୍ଡଳୀ ଚଳିତ ମାସ ପୁର୍ବାହ୍ନରେ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳିରେ ଅନ୍ତର୍ଭୁକ୍ତ ଥିଲେ ।

ଗତ ୨୦୧୯ ମସିହା ଠାରୁ ଉକ୍ରଳିକା ସମିତି ଦ୍ୱାରା ଆରମ୍ଭ କରାଯାଇଥିବା ଫୋଡ଼ର ଟେକ୍ନୋଲୋଜି ପାର୍କ ରେ ଅତ୍ୟାଧୁନିକ ପ୍ରାଣାଳୀରେ ସବୁଜ ଘାସ ଉତ୍ପାଦନ ନିମନ୍ତେ ବିଭିନ୍ନ ଜ୍ଞାନ କୌଶଳ ପ୍ରଦର୍ଶନ ମାଧ୍ୟମରେ ପଶୁ ପାଳନ ·ଷୀମାନଙ୍କ ପ୍ରଶିକ୍ଷଣ ସହିତ ପରାମର୍ଶ ଓ ବିଭିନ୍ନ ସରକାରୀ ଯୋଜନାରେ ସଂଯୋଗ କରି ସବୁଜ ଘାସ ଉତ୍ପାଦନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ । (ଆଇ.ସି.ଏ.ଆର୍.ଡ଼ି.ଏ) ଦ୍ୱାରା ଓଡ଼ିଶା ସରକାରଙ୍କ ସହଯୋଗରେ ଏକ ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ କଣ୍ଟକ ବିହୀନ ନାଗଫେଣୀ ·ଷକୁ ପ୍ରୋତ୍ସାହନ କରାଯାଉଥିବା ବିଷୟରେ ବିଶେଷଜ୍ଞ ମଣ୍ଡଳୀର ସଦସ୍ୟମାନେ ପ୍ରକାଶ କରିଥିଲେ ।

ଏହି ଜାତୀୟ ନାଗଫେଣୀ ଏକ ଉନ୍ନତ ମାନର ସବୁଜ ଗୋଖାଦ୍ୟ ହୋଇଥିବାରୁ ଏହାକୁ ଫୋଡ଼ର ଟେକ୍ନୋଲୋଜି ପାର୍କ ମାଧ୍ୟମରେ କ୍ଷେତ୍ର ପ୍ରଦର୍ଶନ ନିମନ୍ତେ, ଉକ୍ରଳିକା ସମିତିର ସଂପାଦିକା ଶ୍ରୀମତୀ ଅଳକା ଆଇଚଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀମତୀ ଆଇଚ୍ ଏହି କ୍ଷେତ୍ର ପ୍ରଦର୍ଶନ ନିମନ୍ତେ ଆବଶ୍ୟକତୀୟ ଜମି ଦେବା ସହିତ (ଆଇ.ସି.ଏଆଇ.ଡ଼ି.ଏ) ର ଏହି କାର୍ଯ୍ୟକ୍ରମକୁ ଓଡ଼ିଶାରେ ବ୍ୟାପକ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଫୋଡ଼ର ଟେକ୍ନୋଲୋଜି ପାର୍କରେ ସାଇଲେଝ, ହାଇଡ଼୍ରୋପାନିକ୍ ଟେକ୍ନୋଲୋଜି ଦ୍ୱାରା ସ୍ୱଳ୍ପ ସମୟରେ ପ୍ରସ୍ତୁତି ସବୁଜ ଘାସ, ଆଜୋଲା ପ୍ରସ୍ତୁତି ଜ୍ଞାନ କୌଶଳ ଇତ୍ୟାଦିରେ ପ୍ରଦର୍ଶନ ଓ ପ୍ରତିଶିକ୍ଷଣ ମାଧ୍ୟମରେ ପଶୁ ପାଳନରେ ନିୟୋଜିତ ·ଷିମାନେ ଉପକୃତ ହେଉଛନ୍ତି ।

Leave A Reply