Odisha news

ମର୍ମନ୍ତୁତ ସଡ଼କ ଦୁର୍ଘଟଣା : ୨ ଆହତ ଓ ୨ ଗୁରୁତର

0

ବେତନଟୀ/ବୈଶିଙ୍ଗା : ଆଜି ସନ୍ଧ୍ୟା ସମୟରେ ଏକ  ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ବିଦୁକୁଡିଆ ଗ୍ରାମର ୪ଜଣ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାଯାଇଛି। ବୈଶିଙ୍ଗା ଥାନା ଅଧୀନ ବିଦୁକୁଡିଆ ଗ୍ରାମର ଦମ୍ପତି ଚନ୍ଦନ ସିଂ (୩୫), ସରସ୍ଵତୀ ସିଂ(୨୮)ଙ୍କ ସମେତ ୬ ବର୍ଷର ପିଲା ପ୍ରୀତମ ସିଂ ଡୁକୁରାସ୍ଥିତ ସମ୍ବନ୍ଧୀୟଙ୍କ ଘରକୁ ଯାଇଥିଲେ। ଗ୍ରାମର ରଞ୍ଜନ ସିଂ (୩୨) ଏକ ବାଇକ ଯୋଗେ ଉକ୍ତ ତିନି ଜଣଙ୍କୁ ନିଜ ବିଦୁକୁଡ଼ିଆ ଗ୍ରାମକୁ ନେଇ ଆସୁଥିବା ବେଳେ ମୋହନପୁର ଠାରେ ହଠାତ ଏକ ଗୋରୁ ସାମ୍ନାଙ୍କୁ ଆସିବା ଯୋଗୁଁ ନିୟନ୍ତ୍ରଣ ହରାଇ ସମସ୍ତେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ  ଆହତ ୪ଜଣଙ୍କୁ ଏକ ଅଟୋ ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଅମିତ ନାୟକ ପ୍ରାଥମିକ ଚିକିତ୍ସା କରି ଅତି ଗୁରୁତର ଆହତ ୨ ଜଣ ସମେତ ଛୋଟ ପିଲାକୁ ବାଲେଶ୍ଵରକୁ ସ୍ଥାନାନ୍ତର କରିଥିଲେ।

Leave A Reply