Odisha news

ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

0

ଵ୍ରହ୍ମପୁର , ୨୯/୮- ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ  ଜିଲ୍ଲା ସ୍ତରୀୟ  ବ୍ୟଙ୍ଗ ନାଟକ, ବକୃତା, ପ୍ରବନ୍ଧ , ଚିତ୍ରଙ୍କନ ପ୍ରତିଯୋଗିତା ଜିଲା ଜଜ କୋର୍ଟ ପରିସରରେ ରବିବାର ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଦୌରା ଜଜ ତଥା ପ୍ରାଧିକରଣ ଅଧକ୍ଷ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଜିଲ୍ଲାର ୨୧ ସ୍କୁଲର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ବ୍ୟଙ୍ଗ ନାଟକରେ ଆଦର୍ଶବିଦ୍ୟାଳୟ କୁସୁମୀ , କୁକୁଡ଼ାଖଣ୍ଡୀ , ଭିଭି ଗିରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ପ୍ରତିଯୋଗୀମାନେ  ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ। ଚିତ୍ରାଙ୍କନରେ  ସାନଖେମୁଣ୍ଡି, ସୋରୋଡା, ରଙ୍ଗେଇଲୁଣ୍ଡା ଆଦର୍ଶବିଦ୍ୟାଳୟର ପ୍ରତିଯୋଗୀ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାରେ ଚିକିଟି, ସୋରୋଡା ଓ ପୋଲସର ଆଦର୍ଶବିଦ୍ୟାଳୟର ପ୍ରତିଯୋଗୀ ମାନେ  ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ଆଇନସେବା ପ୍ରାଧିକରଣର ସଚିବ କୈଳାସ ସାହୁ, ସୁଶାନ୍ତ କୁମାର ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଉଜ୍ଜ୍ୱଳ କୁମାର ସାହୁ, ଡ଼ ମିନାକ୍ଷୀ ଦେବୀ, ଡ଼  ନାରାୟଣ ଚରଣ ପଟ୍ଟନାୟକ ପ୍ରିନ୍ସିପାଲ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ଥିଏଟର ଡ଼ାଇରେକ୍ଟର ସୁବୋଧ କୁମାର ପଟ୍ଟନାୟକ ପ୍ରମୁଖ ବିଚାରକ ଭାବେ ରହିଥିଲେ।

Nalco
Leave A Reply