ଓଡ଼ିଶାରେ ନିଜ ଉପସ୍ଥିତିକୁ ଜାହିର୍ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଆପ୍ କଦର୍ଥ ଭାବେ ଉପସ୍ଥାପନ କରିଛି : ସୁରଥ ବିଶ୍ୱାଳ
ଆପ୍ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛି
ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ଯାଇଥିବା ବେଳେ ନିଜେ ନିଜ ପିଠି ଥାପୁ ଡ଼େଉଛି ଆପ୍
ମନୀଷ ସିସୋଦିଆଙ୍କ ସହ ଆପର ଅନ୍ୟ ମନ୍ତ୍ରୀ ଓ ନେତାମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ନା ନାହିଁ, ଆପ୍ ପାର୍ଟି ପ୍ରଥମେ ସ୍ପଷ୍ଟୀକରଣ ରଖୁ
ଭୁବନେଶ୍ୱର, ଅଗଷ୍ଟ ୨୯ – ଆମ ଆଦମୀ ପାର୍ଟି ଓଡ଼ିଶାରେ ନିଜର ଉପସ୍ଥିତିକୁ ଜାହିର୍ କରିବା ଉଦେ୍ଦଶ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ କଦର୍ଥ ଭାବେ ଉପସ୍ଥାପନ କରିଛି ବୋଲି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ ଏକ ପ୍ରେସ ବାର୍ତା ଜରିଆରେ କହିଛନ୍ତି ।
ଦିଲ୍ଲୀରେ ଆପ୍ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛି । ସେହି ପ୍ରସଙ୍ଗରୁ ଦୂରରେ ରହିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟକୁ ନଶୁଣି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ନିକଟରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ନ୍ୟାସନାଲ ଆସେସମେଂଟ୍ ସର୍ଭେରେ ଆପ୍ ଶାସିତ ଦିଲ୍ଲୀ ସରକାର ଅଧୀନରେ ଥିବା ସ୍କୁଲ ଗୁଡ଼ିକର ପ୍ରଦର୍ଶନ ଦୁଇ ବର୍ଷ ହେବ ନୈରାଶ୍ୟଜନକ ରହିଛି ।
ଦିଲ୍ଲୀ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଥିବା ବେଳେ ଆପ୍ ନିଜେ ନିଜର ପିଠି ଥାପୁ ଡ଼େଉଛି । ତାଙ୍କ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ନା ନାହିଁ ଆପ ପାର୍ଟି ପ୍ରଥମେ ସ୍ପଷ୍ଟୀକରଣ ରଖୁ । ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଓଡ଼ିଶାର ଆପ ଦଳର ନେତାମାନେ ଭୁଲ ଆରୋପ ଲଗାଉଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
