Odisha news

ଜାତୀୟ ରାଜପଥ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

0

ଵ୍ରହ୍ମପୁର , ୨୯/୮-  ଜାତୀୟ ରାଜପଥ ଖଜୁରିଆ ବାଇପାସ ଚନ୍ଦ୍ରଚୁଡେଶ୍ୱର ମନ୍ଦିର ନିକଟରେ ସୋମବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ  ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୂରପେଟ୍ଟା ନିକଟସ୍ଥ ଭକ୍ତ ସାଲବେଗ ନଗରରେ ରହୁଥିବା ସନ୍ତୋଷ କୁମାର ଆଚାର୍ଯ୍ୟ (୪୦) ବୋଲି ଜଣାପଡିଛି। ଅଜଣା ଗାଢ଼ି ଧକ୍କାରେ ବାଇକ ଚାଳକ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବା ଟ୍ରାଫିକ ପୋଲିସ ସନ୍ଧେହ କରୁଛି। ପୋଲିସ ଦୁର୍ଘଟଣାଗ୍ରସ୍ଥ ବାଇକ ଜବତ କରି ଜାତୀୟ ରାଜପଥରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜ ସଂଗ୍ରହ କରି  ଘଟଣାର ତଦନ୍ତ ଚଳାଇଥିବା କହିଛି। ସୂଚନା ଅନୁଯାଇ , ସନ୍ତୋଷ କୌଣସି କାମରେ ସୋମବାର  ହଳଦିଆପଦର ଯାଇଥିଲେ। ସେଠାରୁ ସେ କାମସାରି ନିଜ ପଲସର ବାଇକ ନମ୍ବର ଓଡ଼ି ୦୭ ଏଏ – ୩୨୦୦ ରେ ଘରକୁ ଫରୁଥିଲେ। ତାଙ୍କ ବାଇକ ପଛପଟୁ ଏକ ଗାଢି ଧକ୍କା ଦେଇଥିଲା। ଫଳରେ ସେ ତାଙ୍କ ବାଇକରୁ ଛିଟିକି ରାସ୍ତା କଢ଼ରେ ଥିବା ଏକ ନାଳରେ ପଢି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଥିଲା ବୋଲି ପୋଲିସ ସନ୍ଧେହ କରୁଛି।

Govt
Leave A Reply