Odisha news

ଇନ୍ଦିରା ଆବାସ ନାଁ’ରେ ସରକାରୀ ଅର୍ଥ ହେରଫେର ମାମଲା ୫ ଜଣ ଦଣ୍ଡିତ ଓ କନିଷ୍ଠ ଯନ୍ତ୍ରୀ ନିର୍ଦୋଷ

0

ଵ୍ରହ୍ମପୁର , ୧୪/୯- ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଇନ୍ଦିରା ଆବାସ ନାଁ’ରେ ସରକାରୀ ଅର୍ଥ ହେରଫେର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିଥିବାରୁ ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ପିତ୍ତଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଂଯୁକ୍ତା ଦାସ , ପୂର୍ବତନ ପଞ୍ଚାୟତ ସମ୍ପାଦକ ବିଜୟ କୁମାର ମହାପାତ୍ରଙ୍କୁ ପ୍ରତେକଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏଥିସହିତ ପ୍ରତେକ ୫ହଜାର ଲେଖାଏଁ ଜରିମାନା ଅନଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦେଶ ହୋଇଛି। ସେହିପରି  ୩ଜଣ ହିତାଧିକାରୀ ସୁକାନ୍ତି ନାୟକ , ଦୁର୍ଯ୍ୟଧନ ସାହୁ ,ଟୁକୁନା ଚୌଧୁରୀ ପ୍ରତ୍ୟେକଙ୍କୁ ଜଜ ୧ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତି କରିଛନ୍ତି। ଏହାସହିତ ପ୍ରତ୍ୟେକ ୧ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦେଶ ହୋଇଛି। ଜରିମାନା ଅନଦେୟ ପ୍ରତ୍ୟେକ ଏକ ମାସ ଲେଖାଏଁ ଅତିରିକ୍ତ ଜେଲ ଦଣ୍ଡ ଭୋଗିବା ପାଇଁମଧ୍ୟ  ନିର୍ଦେଶ ରହିଛି। ସେହିପରି ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଉକ୍ତ ପଞ୍ଚାୟତର ତତ୍କାଳୀନ ଭିଏଲ ଡବ୍ଲ୍ୟୁ ସୁରେନ୍ଦ୍ରନାଥ ନାୟକଙ୍କ ବିଚାରଣା ବେଳେ ମୃତ୍ୟୁ ଘଟିଥିଲା। ସେହିପରି ଉକ୍ତ ବ୍ଲକର  ଅନ୍ୟତମ ଅଭିଯୁକ୍ତ ତଥା ତତ୍କାଳୀନ  କନିଷ୍ଠ ଯନ୍ତ୍ରୀ ପୂର୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ପ୍ରମାଣ ଅଭାବରୁ ଜଜ ନିର୍ଦୋଷ ମଧ୍ୟ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ୧୯୯୯ ମସିହା  ମହାବାତ୍ୟା ପରେ ଶେରଗଡ ବ୍ଲକ ଅନ୍ତର୍ଗତ ପିତ୍ତଳ ପଞ୍ଚାୟତର କେତେକ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ଇନ୍ଦିରା ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସରକାରୀ ଅର୍ଥ ସହାୟତା ଯୋଗାଇଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଉପରୋକ୍ତ ତିନି ହିତାଧିକାରୀଙ୍କ ପାଇଁ ଆସିଥିବା ୬୬ହଜାର ଟଙ୍କା ଅନୁଦାନ ଅର୍ଥର ହେରଫେର ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ୨୦୦୫ ଜୁଲାଇ  ୨୮ ରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଏନେଇ ଉପରୋକ୍ତ ୭ଜଣ ଅଭିଯୁକ୍ତଙ୍କ  ମାମଲା ନମ୍ବର ୧୫/୦୫ ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସମସ୍ତ ଅଭିଯୁକ୍ତ ଜାମିନ ପାଇଥିଲେ। ଏହି ମାମଲାର ବିଚାରଣା ଚାଲିଥିବା ବେଳେ ସୁରେନ୍ଦ୍ରନାଥ ନାୟକଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଏହି ମାମଲାର ଉପରୋକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ୩୨ ଜଣ ସାକ୍ଷୀଙ୍କ ବୟାନ କୁ ଆଧାର କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ପ୍ରସାଦ ପଟ୍ଟନାୟକ ଓ ପ୍ରଦୀପ କୁମାର ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।

Nalco
Leave A Reply