ଦଶପଲ୍ଲା୧୪/୯ : ଆଇଚର ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଆହତ ହୋଇଛନ୍ତି । ମୃତ ଯୁବକଙ୍କ ନାମ ସିଲୁ ବେହେରା(୨୪) ଓ ତାଙ୍କ ଘର ଦଶପଲ୍ଲା ଥାନା ଅନ୍ତର୍ଗତ ବାଘୁଆ ବେରେଣୀ ଗ୍ରାମରେ ବୋଲି ଜଣା ପଡ଼ିଛି । ସେହିପରି ସୀଲୁ ବେହେରା ଙ୍କ ଭାଇ ଲିଲୁ ବେହେରା(୨୧)ଏହି ଆଇଚର ଧକ୍କାରେ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ, ମଙ୍ଗଳ ବାର ବିଳମ୍ବିତ ରାତିରେ ସିଲୁ ଓ ତାଙ୍କ ଭାଇ ଲିଲୁ ବାଇକ୍ ରେ ଦଶପଲ୍ଲା ରୁ ନିଜ ଘର ବାଘୁଆ ବେରେଣୀ କୁ ଫେରୁଥିବା ବେଳେ ହରିଡ଼ାବାଡ଼ି ନିକଟ ୫୭ ନଂ ଜାତୀୟ ରାଜପଥ ର ଗୋଟିଏ ପାର୍ଶ୍ୱରେ ପରିସ୍ରା କରୁଥିବା ବେଳେ ଅପର ପାର୍ଶ୍ଵ ରୁ ଆସୁଥିବା ଓଡି୦୫ବିଡ଼ି ୨୫୬୫ ଆଇଚର ଗାଡ଼ି ଉଭୟ ସିଲୁ ଓ ଲିଲୁ କୁ ଧକ୍କା ଦେଇଥିଲା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ଉଭୟ ଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ସିଲୁ ବେହେରା ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ସିଲୁ ଙ୍କ ଭାଇ ଲିଲୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣା ରେ ପୋଲିସ ଏକ ମୋକଦ୍ଦମା କରି ଆଇଚର ଗାଡ଼ିକୁ ଜବତ କରିବା ସହ ଆଇଚର ଡ଼୍ରାଇଭର ବିଜୟ କୁମାର ମାହାଡ଼ି ଙ୍କୁ ଓ ତାଙ୍କ ଘର ପୁରୀ ଜିଲ୍ଲା କେରେଣ୍ଡିଆପାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
