ଏମକେସିଜି ରେ ଖୋଲିବ ବର୍ଣ୍ଣ ୟୁନିଟ ଓ ରୋଗୀ ମାନଙ୍କ ଚିକିତ୍ସା ସେବା ଉପରେ ଗୁରୁତ୍ଵ: ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମହାଲିଙ୍ଗ
ବ୍ରହ୍ମପୁର : ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ରୂପେ ବ୍ରହ୍ମପୁର ପରିଚିତ ଥିବା ବେଳେ ଏହି ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଉପରେ ଗଞ୍ଜାମ ଜିଲ୍ଲା ସମେତ ବହୁ ଜିଲ୍ଲାର ଜନସାଧାରଣ ଚିକିତ୍ସା ନିମନ୍ତେ ଏହି ମେଡିକାଲ ଉପରେ ନିର୍ଭରଶୀଳ। ଏହି ମେଡିକାଲ ରେ ରୋଗୀଙ୍କ ଚିକିତ୍ସା ରେ ଅବହେଳା କରାଯାଉଥିବା ବେଳେ ମେଡିକାଲ ରେ ବିଭିନ୍ନ ସମସ୍ୟା ର ସମସ୍ୟା ସମାଧାନ କରିବା ନେଇ ବହୁ ସଂଗଠନ ଦାବି କରିଥିଲେ। ଏହି ବଡ ମେଡିକାଲରେ ସମସ୍ୟା ଉପରେ
ଆଜି ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବ୍ରହ୍ମପୁର ମେଡ଼ିକାଲ କଲେଜ ଓ ହସପିଟାଲ ଉପରେ ଏକ ସମିକ୍ଷା ବୈଠକ
କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ମେଡିକାଲ ଉପରେ ଜନସାଧାରଣ ନିର୍ଭର କରି ଥିବା ବେଳେ ଏଠାରେ ରୋଗୀ ଚିକିତ୍ସା ସଠିକ ଭାବେ ପହଞ୍ଚି ପାରୁନାହିଁ। ଏହା ଉପରେ ଗୁରୁତ୍ଵ ଦେଇ ଥିଲେ। ଚିକିତ୍ସା ସେବା ଅବହେଳା ନକରି ସମସ୍ତ ଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ହେଲେ ସେମାନଙ୍କ ମାନସିକ ପରିବର୍ତ୍ତନ ହୋଇ ପାରିବ। ବର୍ଣ୍ଣ ୟୁନିଟ ଖୋଲିବା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଏହାର ଉପରେ ଖୁବ ଶିଘ୍ର ନିଷ୍ପତି ନିଆଯିବ ଉପରେ ଆଲୋଚନା କରିଥିଲେ। ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ ସ୍ଥାନୀୟ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ପରିସର ସ୍ଥିତ ଅଡିଟୋରିୟମ ହଲ ଠାରେ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ ସୁଚିତ୍ରା ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଯୋଗ ଦେଇ ମେଡିକାଲ କୁ ଆସିଲେ ସମସ୍ତ ରୋଗୀଙ୍କୁ ପ୍ରଥମେ କାଜୁଆଲ୍ଟିରେ ସେମାନଙ୍କୁ ଉତମ ବ୍ୟବହାର ଓ ଚିକିତ୍ସା ସେବା ବେବା ଆବଶ୍ୟକ।ଏହା ଦ୍ବାରା ରୋଗୀ ର ରୋଗ ଭଲ ହେବା ସହିତ ସେମାନଙ୍କ ମାନସିକ ସନ୍ତୁଳନତା ହୋଇ ପରିବର୍ତ୍ତନ ହୋଇ ଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ମତବ୍ୟକ୍ତ କରିଥିଲେ।ନିରୋଗ ଏବଂ ସ୍ବାସ୍ଥ୍ୟ ଉପରେ ଏମକେସିଜି ରେ ପ୍ରାଥମିକତା ଦେଇ ତାର ଭିତିଭୂମି ଉପରେ ଗୁରୁତ୍ଵ ଦେବା। ସମସ୍ତ ମେଡିକାଲ ଚିକିତ୍ସା ସହିତ ଯୋଗ ଶିକ୍ଷା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହୋଇ ପାରିବ। ଏହା ଉପରେ ଗୁରୁତ୍ଵ ଦିଆଯିବ ବୋଲି ସେ କହିଛନ୍ତି।ମୁଖ୍ୟବକ୍ତା ଭାବେ ପ୍ରଫେସର ଡ ସୁରେଶ ମିଶ୍ର ଯୋଗ ଦେଇ ଥିଲେ।ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଓ ମସ୍ଛ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ,ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ,ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର କୃଷ୍ଣ ଚନ୍ଦ୍ର ନାୟକ,କବିସୂର୍ଯ୍ୟନଗର ପ୍ରତାପ ଚନ୍ଦ୍ର ନାୟକ, ଚିକିଟି ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ,ସୋରଡ଼ା ନିଳମଣୀ ବିଶୋଇ,ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଧିନା ଦସ୍ତୋଗି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଡ଼ ବିଧାନ ଚନ୍ଦ୍ର ରାୟ ଜନ୍ମ ଦିନ ଅବସରରେ ଏହି ଦିବସ ପାଳନ କରାଯାଉଛି।ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସେ ଥିଲେ। ଛାତ୍ର ସଂଘର ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।