Odisha news

୬ଷ୍ଠ ତମ ଜ଼ିଲ୍ଲା ସ୍ତରୀୟ ପ୍ରଥମ କ୍ଵାଟର ଫାଇନାଲ ଖଲ୍ଲିକୋଟ କ୍ରିକେଟ କ୍ଲବ ବିଜୟୀ 

0
 ବ୍ରହ୍ମପୁର :-ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୬ଷ୍ଠ ତମ ରାମେଶ୍ୱର ଟ୍ରଫିର ଆଜି ପ୍ରଥମ କ୍ଵାଟର ଫାଇନାଲରେ ମୁଖ୍ୟଅତିଥି ଭାବେ ବିବେକାନନ୍ଦ  Land and developers Pvt Ltd ର ପ୍ରୋପାଇଟର ବିଚିତ୍ର ପଟ୍ଟନାୟକ ଏବଂ ଇଂ ଶୁଭମ ପଟ୍ଟନାୟକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ l ଆଜି ପ୍ରଥମ କ୍ଵାଟର ଫାଇନାଲ ମ୍ୟାଚରେ ଖଲ୍ଲିକୋଟ କ୍ରିକେଟ କ୍ଲବ ବନାମ ପାୱାର ଇଲେଭେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା l ଖଲ୍ଲିକୋଟ ଦଳ ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତ୍ତି ନେଇଥିଲେ l ପାୱାର ଇଲେଭେନ କ୍ରିକେଟ ଦଳ ନିର୍ଦ୍ଧାରିତ ୩0 ଓଭର ଖେଳି ୬ ଓ୍ବିକେଟ ହରାଇ ମାତ୍ର ୯୪ ରନ୍ ସଂଗ୍ରହ କରିଥିଲେ l ଦଳ ପକ୍ଷରୁ କୁମାର ଆଦିତ୍ୟ ୩୯ ବଲ ଖେଳି ୧୯ ରନ୍ କରିଥିଲେ l ଖଲ୍ଲିକୋଟ ଦଳ ପକ୍ଷରୁ ବୋଲିଙ୍ଗରେ ମନୋଜ କୁମାର ଶବର ୬ ଓଭର ପକାଇ ୨୧ ରନ ଦେଇ ୩ ଗୋଟି  ୱିକେଟ ଅକ୍ତିଆର କରିଥିଲେ l ଜବାବରେ ଖଲ୍ଲିକୋଟ ଦଳ ୧୮. ୪ ଓଭର ଖେଳି ୪ ଓ୍ବିକେଟ ହରାଇ ୧00 ରନ କରିଥିଲେ l ଦଳ ପକ୍ଷରୁ ଅମ୍ମନ ପଟ୍ଟନାୟକ ୫୬ ବଲ ଖେଳି ୪୬ ରନ କରିଥିଲେ l ପାୱାର ଇଲେଭେନ ଦଳ ପକ୍ଷରୁ  ବୋଲିଙ୍ଗରେ ସଞ୍ଜୟ ମହାରଣା ୪ ଓଭର ପକାଇ ୧୨ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଖଲ୍ଲିକୋଟ କ୍ରିକେଟ କ୍ଲବ ୬ ଗୋଟି ଓ୍ବିକେଟରେ ମ୍ୟାଚ ଜିତିନେଇଥିଲା l ଆଜିର ମ୍ୟାଚରେ ଖଲ୍ଲିକୋଟ କ୍ରିକେଟ କ୍ଲବ ମନୋଜ କୁମାର ଶବରଙ୍କୁ ମ୍ୟାନ୍ ଅଫ ଦା ମ୍ୟାଚ ଭାବେ ବିବେଚିତ କରାଯାଇଛି l ଆଜିର ମ୍ୟାଚକୁ ଅମ୍ପlୟାର ଭାବେ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ଧିରେନ୍ ମିଶ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଏମ ନବୀନ କୁମାର  ସହଯୋଗ କରିଥିଲେ l  ଆଜିର ଅତିଥି ରୂପେ ରାମେଶ୍ୱର କ୍ଲବ ସମ୍ପାଦକ ଯୋଗ ଦେଇ ମ୍ୟାନ ଅଫ ଦା ମ୍ୟାଚ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ  ପ୍ରଣବ କୁମାର ପଟ୍ଟନାୟକ, ଏନ. ବିଜୟ କୁମାର,  ଦେବବ୍ରତ ଦେଓ ଉପସ୍ଥିତ ଥିଲେ l
Govt
Leave A Reply