Odisha news

ବରିଷ୍ଠ କଂଗ୍ରେସ ନେତା ନୁରୁବାବୁଙ୍କ ଦେହାନ୍ତ

0
ଚାନ୍ଦବାଲି : ଚାନ୍ଦବାଲି ବ୍ଲକର ବରିଷ୍ଠ କଂଗ୍ରେସ ନେତା ନୁରୁ ମହମ୍ମଦ ଇସମାଇଲ (୮୨) ଙ୍କର ଶନିବାର ମଧ୍ୟାହ୍ନରେ ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ହୋଇଛି। କିଛିଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ଵରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରୁ ସେ କଂଗ୍ରେସ ସହିତ ରହି କାମ କରିଛନ୍ତି। ସେ ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ହେବା ସହିତ ଚାନ୍ଦବାଲି ପଞ୍ଚାୟତର ସରପଞ୍ଚ ମଧ୍ୟ ହୋଇଥିଲେ। ଦୀର୍ଘ ଦିନ ଧରି ସେ ଚାନ୍ଦବାଲି ବ୍ଲକ କଂଗ୍ରେସ କମିଟିର ସଭାପତି ଥିଲେ । ସେ ଜଣେ କ୍ରୀଡ଼ାବିତ ଓ ଫୁଟବଲ ଖେଳାଳୀ ଥିଲେ। ତାଙ୍କ ଵିୟୋଗରେ ସବୁ ମହଲରେ ଶୋକ ଖେଳି ଯାଇଛି।
IEC 2 years
Leave A Reply