Odisha news

ଚିହ୍ନିଲାନି ପ୍ରଶାସନ : ୫୦ ବର୍ଷ ହେଲା ପରିଚୟ ଖୋଜୁଛି ୩୦୦ ବର୍ଷର ପୁରୁଣା ବନ୍ଧ

0
ବ୍ରହ୍ମପୁର ,୦୨/୦୫,(ସା,ପ୍ର): ବୁଗୁଡ଼ା ସହର ମଧ୍ୟରେ ଥିବା ହରିଶରଣପୁର , ବୀରଧନଞ୍ଜୟପୁର ଏବଂ କୁଷ୍ଣଶରଣପୁର ଗାଁ ଲୋକଙ୍କ ପାଇଁ ଏକଦା ପାନୀୟ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ଆଶୀର୍ବାଦ ଥିବା ପ୍ରାୟ ୩୦୦ ବର୍ଷ ପୁରୁଣା ବନ୍ଧ ପୋଖରୀର ଦୂରାବସ୍ଥା ନେଇ ସମ୍ପ୍ରତି ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି । ଐତିହ୍ ସମ୍ପନ୍ନ ଏହି ପୁରୁଣା ପୋଖରିଟି ପ୍ରାୟ ଅଢେ଼ଇ ଶହ ବର୍ଷ ପର୍ଯ୍ଯନ୍ତ ଲୋକଙ୍କ ବ୍ୟବହାରରେ ଆସୁଥିଲା ବେଳେ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘଦିନ ଧରି ପଙ୍କ ଏବଂ ଦଳରେ ପୋତି ହୋଇ ତାର ପରିଚୟ ଖୋଜୁଥିବା ଅନୁମାନ କରାଯାଉଛି ।
ସରକାରଙ୍କ ଏ ସମାନ୍ଧୀୟ କୌଣସି ଯୋଜନାରେ ଏହି ପୋଖରୀକୁ ପୁନରୁଦ୍ଧାର କରିବାର ପ୍ରଚେଷ୍ଟା ମଧ୍ୟ କରାଯାଇ ନଥିବା ଦେଖିବାକୁ ମିଳିଛି । ଅଞ୍ଚଳରେ ଅଭିଜ୍ଞ ବରିଷ୍ଟ ପ୍ରଶାସକ ଓ ରାଜନେତାଙ୍କ ଅଭାବ ନଥିଲା ବେଳେ ଇଚ୍ଛାଶକ୍ତିର ଅଭାବରୁ ନିର୍ବାଚନୀ ପ୍ରତିଶ୍ରୁତି ବହନ କରି ଆଜି ଯାଏଁ ପୋଖରିଟି ଦଳଭର୍ତି ଅରଣ୍ଯ ପାଲଟି ଥିବା ଦେଖିବାକୁ ମିଳିଅଛି । ସମ୍ପ୍ରତି ସରକାରୀ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ପୋଖରୀକୁ ପୁନରୁଦ୍ଧାର କରାଯାଇ ସୋନ୍ଧର୍ଯ୍ୟକରଣ ଓ ଆଲୋକ କରଣ ବ୍ୟବସ୍ଥାରେ ବନ୍ଧକୁ ସାମିଲ କରାଯାଇ ନଥିବା ପରିତାପର ବିଷୟ ହୋଇଅଛି ।
ବୁଗୁଡା ସହରର ପ୍ରଶାସନିକ ଦୃଷ୍ଟି ଆଢ଼ୁଆଳରେ ଥିବା ଏହି ପୁରୁଣା ବନ୍ଧ ପୋଖରିଟି ଦିର୍ଘ ବର୍ଷଧରି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରି ଲୋକଙ୍କ ବ୍ୟବହାରରେ ଆସୁନାହିଁା ଏଣେ ପୋଖରୀର ପୁନରୁଦ୍ଧାର ପାଇଁ ପ୍ରଶାସନ ନିଜକୁ ଖାଲି କାଗଜକଲମ ଚାଷରେ ସିମିତ ରଖିଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିବା ସହିତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କହିଛନ୍ତି ।
Leave A Reply