Odisha news

କର୍କଟ ସେବା କେନ୍ଦ୍ର କାର୍ଯ୍ୟ ସମୀକ୍ଷା କଲେ ଟିଏମସି ନିର୍ଦ୍ଦେଶକ

0

ବ୍ରହ୍ମପୁର,୨।୧୦ -ବ୍ରହ୍ମପୁର ଠାରେ ନିର୍ମାଣାଧୀନ କର୍କଟ ସେବ କେନ୍ଦ୍ର କାର୍ଯ୍ର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ଟାଟା ସ୍ମାରକୀ କେନ୍ଦ୍ରର ନିର୍ଦ୍ଦେଶକ ଡ.ଉମେଶ ମହନ୍ତସେଟି । ସେ ବ୍ରହ୍ମପୁରରରେ ପହଞ୍ଚି ବ୍ରହ୍ମପୁରରେ ନିର୍ମାଣାଧୀନ କାର୍ଯ୍ୟ ସ୍ଥଳରେ ପହଞ୍ଚି କାର୍ଯ୍ୟର ଅଗ୍ରଗତି କ୍ଷୀପ୍ର ଗତିରେ ହୋଇପାରୁନଥିବାରୁ ବିରକ୍ତି ପ୍ରକାଶ କରିବା ସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବାକୁ କହିଥିଲେ । ଏହାପରେ ଏମକେସିଜି ମେଡିକାଲ କଲେଜ୍ ଓ ହସ୍ପିଟାଲର କମ୍ୟୁନିଟି ହଲ ଠାରେ ଏମକେସିଜି ମେଡିକାଲ କଲେଜର ପ୍ରିନ୍ସିପାଲ ତଥା ଡିନ ଡ.ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହି କାମ କରୁଥିବା ଠିକାଦାର, ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ମେଡିକାଲ କଲେଜର ଅଙ୍କଲୋଜି, ରକ୍ତ ଭଣ୍ଡାର ଆଦି ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଅାଲୋଚନା କରିଥିଲେ । କର୍କଟ ସେବା କେନ୍ଦ୍ରର କୋଠା ନିର୍ମାଣ ପାଇଁ ବର୍ତ୍ତମାନ ଯେଉଁ ଯୋଜନାରେ କାମ ହେଉଛି ସେଥିରେ ସାମାନ୍ୟ ପରିବର୍ତ୍ତନ ଅାବଶ୍ୟକ ଥିବା କହିବା ସହ ତୁରନ୍ତ ଏହା କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ କର୍କଟ ରେଗୀଙ୍କ ଚିକିତ୍ସା ପାଇଁ ଅାବଶ୍ୟକୀୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଯେତେ ଶୀଘ୍ର କାମ ସରି ସେତେ ଶୀଘ୍ର କର୍କଟ ରୋଗୀ ଏଠାରେ ଚିକିତ୍ସା ସୁବିଧା ପାଇବେ। ତେଣୁ ସମସ୍ତେ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏମକେସିଜି ମେଡିକାଲ ସୁପେରଟେଣ୍ଡେଣ୍ଟ ଡା. ସୁଚିତ୍ରା ଦାଶ , ରେଜିଷ୍ଟର ସଂଗ୍ରାମ ପଣ୍ଡା, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ନାଥ ସି ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Leave A Reply