Odisha news

ଛାତ୍ର ସଂସଦ ନିର୍ବାଚନ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିକ୍ଷୋଭ

0
ବ୍ରହ୍ମପୁର : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବ୍ରହ୍ମପୁର ମହାନଗର ତରଫରୁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ମହାବିଦ୍ୟାଳୟରେ ୬୮ ଅଧ୍ୟାପକ ପଦବୀ ଖାଲି ରହିଛି ଏବଂ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳ ର କ୍ୟାମ୍ପସ କନଭେନର ମୁଖ୍ୟ ଅଭିଯୁକ୍ତ ହେବା ପରେ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଉଥିବା ଶୈକ୍ଷିକ ବାତାବରଣ କଥା ପଦାରେ ପଡ଼ିଛି। ସେଇଥିପାଇଁ ପୁଣି ଏହି ବର୍ଷ ଛାତ୍ର ସଂସଦ ନିର୍ବାଚନ ର ବିଷୟ ଶିକ୍ଷା ବିଭାଗ ର କ୍ୟାଲେଣ୍ଡର ରେ ନାହିଁ। ଏଥିପାଇଁ ରାଜ୍ୟ ସରକାର ନିର୍ବାଚନୀ ତାରିଖ ଘୋଷଣା କରିବା ପାଇଁ ଏବିଭିପି ଦାବି କରିଛି ଏବଂ ଯଦି ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ନ  କରନ୍ତି ତେବେ ଏବିଭିପି ରାଜ ରାସ୍ତାରେ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।  ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଗଞ୍ଜାମ ବିଭାଗ ସଂଯୋଜକ ଅନୀଲ କୁମାର ସ୍ବାଇଁ, ସୋସିଆଲ ମିଡ଼ିଆ ସଂଯୋଜକ ସୁନୀଲ କୁମାର ଦୋରା, ଜିଲ୍ଲା ସହ ସଂଯୋଜକ ଆୟୁଷ ରଥ, ରବୀନ୍ଦ୍ର ସ୍ବାଇଁ, ପ୍ରୀୟଙ୍କର ସ୍ବାଇଁ, ଯୋଗେଶ୍ୱର ଗୌଡ଼, ରୁଜେତ ପାତ୍ର  ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply