Odisha news

ରୋଟାରୀ କ୍ଲବ ପକ୍ଷରୁ ନେସନ୍ ବ୍ୟୁଲଡର ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ

0
ଛତ୍ରପୁର, ୧୬/୯ : ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକ ମାନଙ୍କ ଉପଯୁକ୍ତ ଶିକ୍ଷା ବଳରେ ହିଁ ଜଣେ ବିଦ୍ୟାର୍ଥୀ ଆଗାମୀ ଦିନରେ ଜଣେ ଜଣେ ସୁନାଗରିକ ହୋଇଥାନ୍ତି । ଏହି ଶିକ୍ଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ କ୍ଲବ ପକ୍ଷରୁ ନେସନ୍ ବ୍ୟୁଲଡର ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ନିରଞ୍ଜନ ପାତ୍ର ଙ୍କ ପୌରହିତ୍ୟରେ ୪ ଜଣ ଶିକ୍ଷକଙ୍କୁ ସମ୍ମାନ୍ନିତ କରାଯିବା ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ ଓ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ର ଯୋଗ ଦେଇ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହିତ କ୍ଲବର ଏପରି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଛତ୍ରପୁର ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ସସ୍ମିତା ସାମନ୍ତରାୟ, ସରକାରୀ ଅନସ୍ଲୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ, ବିପୁଳିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗ୍ରାଜ୍ୟୁଏଟ ଶିକ୍ଷକ ସି. ଏଚ୍‌. କିରଣ କୁମାର, କେଟିଏନପୁର ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ଗ୍ରାଜ୍ୟୁଏଟ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଚାର୍ଟର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଶ୍ରୀ ବରାଳଙ୍କୁ ସମ୍ମାନିତ କରିଥିବା ବେଳେ ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରାୟ ସମ୍ମାନିତ ଅତିଥି ଶ୍ରୀ ପାତ୍ରଙ୍କୁ ସମ୍ମାନିତ କରିଥିଲେ । ଶେଷରେ କ୍ଲବର ସମ୍ପାଦକ ସୁଜିତ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ହାଇକୋର୍ଟର ଆଇନଜିବୀ ତଥା ରୋଟାରିୟାନ ପଦ୍ମ ଚରଣ ସାହୁ, ରୋଟାରିୟନ ଡମ୍ବୁରୁଧର ସାହୁ, ଇଂ ରାଜ କିଶୋର ବଲ୍ଲଭ, ଧିରେନ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡୀ, ଶରତ ପଣ୍ଡାଙ୍କ ସମେତ କ୍ଲବର ସମସ୍ତ ରୋଟାରିୟନ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।
Nalco
Leave A Reply