ବ୍ରହ୍ମପୁର : ଭାରତ ବାସୀ ଙ୍କ ନିମନ୍ତେ ରାହୁଲ ଗାନ୍ଧିଙ୍କ ପକ୍ଷରୁ ଭାରତ ଯୋଡ ପଦଯାତ୍ରା କରି ସଚେତନ ସୃଷ୍ଟି କରିଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ମହୋତ୍ସବ ଆୟୋଜନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ଯୋଡ ପଦଯାତ୍ରା ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ପଦଯାତ୍ରା ବାହାରୀ ସ୍ଥାନୀୟ ରାମଲିଙ୍ଗେଶ୍ବର ଟ୍ୟାଙ୍କ ରୋଡ ଠାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପ୍ରଭାରି ତଥା କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ ବର୍ଷ ଧରି ଶାଶନ କରି ଥିବା ବେଳେ ଏହି ଜିଲ୍ଲାରୁ ହଜାର ହଜାର ଲୋକ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟ ରେ କାର୍ଯ୍ୟ କରୁଥିବା ବେଳେ ସବୁ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହୁଥିବା ବେଳେ ବହୁ ଜଣ ମୃତ୍ୟୁ ମୁଖରେ ପଡି ମୃତ୍ୟୁ ବରଣ କରୁଛନ୍ତି। ବ୍ରହ୍ମପୁର ସହର ଏକ ଐତିହାସିକ ସହର ଭାବେ ପରିଚିତ। ଏହି ସ୍ଥାନରୁ ରାଷ୍ଟ୍ରପତି ଭାବେ ଭିଭି ଗିରି ସହିତ ବହୁ ରାଜ ନୈତିକ ବ୍ୟକ୍ତି ରହି ଥିଲେ। ଦେଶ ଓ ସମାଜ ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ବାହିନୀପତି ମତବ୍ଯକ୍ତ କରି ଥିଲେ। ରାଜ୍ୟରେ ସବୁ ବେଳେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି। ମହିଳା ସୁରକ୍ଷା ବ୍ୟବସ୍ଥା ଫେଲ ମାରିଛି। ମହିଳା ମାନଙ୍କୁ ଦୈନିକ ୬ ରୁ ୭ ଅସାଦାଚାରଣ କରା ଯାଉଛି। ଯାହାର ଆଜି ପର୍ଯ୍ୟନ୍ତ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି ବୋଲି ଶ୍ରୀ ବାହିନୀପତି ମତବ୍ଯକ୍ତ କରିଥିଲେ। ବିଜେଡି ର ସମସ୍ତ ଓକିଲ ସରକାରୀ ଓକିଲ ରହିଛିନ୍ତି। କେନ୍ଦ୍ର ରେ ନରେନ୍ଦ୍ର ମୋଦି ଙ୍କୁ ଭୋଟ ଦେଇ ବିଜୟୀ ହୋଇ ଦରଦାମ ବୃଦ୍ଧି କରି ଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ବୃଦ୍ଧି ନିୟନ୍ତ୍ରଣ ରହୁ ନାହିଁ। କେନ୍ଦ୍ର ସରକାର ଙ୍କ ପକ୍ଷରୁ ଭୋଟ ପୂର୍ବରୁ ଗ୍ୟସ ହାଣ୍ଡି ଦୁଇ ଶହ ଟଙ୍କା କମାଇ ଦେଇ ବାହାବା ନେଉଛନ୍ତି। ଜାତି ଧର୍ମ ନାମରେ ବିଭିନ୍ନ ଅରାଜକତା କରାଯାଉଛି। ବିଜେଡି ପକ୍ଷରୁ ଆମେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରି ଥିବା କଥା କହୁ ଥିବା ବେଳେ ସେମାନେ ରାଜ୍ୟ ରେ ଗଣ୍ଡଗୋଳ ହେଲେ କେନ୍ଦ୍ରରେ କୋଳା କୋଳି ହୋଇ ଛନ୍ତି ବୋଲି ସେ କହିଛନ୍ତି। ଗରିବ ଓ ଖଟିଖିଆ, ଚାଷୀ ମାନଙ୍କୁ ଯେଉଁ ଭଳି ଭାବରେ ନିଷ୍ପେଶିତ୍ତ କରାଯାଉଛି। ବିଜେପି କୁ ଭୋଟ ଦେଲେ ବିଜେଡି କୁ ଦେବା ଭଳି। ଗାନ୍ଧୀ ପରିବାର ହେଉଛି ସହିଦ ପରିବାର। ପାରାଦ୍ବୀପ, ସୁନାବେଢା ଭଳି ଅନେକ ଯୋଜନା ଓଡିଶା ରେ କରି ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖପତ୍ର ପିତବାସ ପଣ୍ଡା,ପ୍ରମୋଦ ଜେନା, ସନାତନ ମହାଙ୍କୁଡ, ବନଜା ପଣ୍ଡା ଙ୍କ ସମେତ ବହୁ କର୍ମ କର୍ତ୍ତା ଯୋଗ ଦେଇଥିଲେ।t
