ଵ୍ରହ୍ମପୁର, ୫/୮- ଅବକାରୀ ଗୁଇନ୍ଦା ଟିମ ଫାଷ୍ଟଗେଟ ଛକରେ ଚଢ଼ାଉ କରି ଏକ କାର ଭିତରୁ ୧୫୦ କେଜି ଗଞ୍ଜେଇ ଜବତ କରିଛି। ଜଣେ ଚାଲାଣକାରୀଙ୍କୁ ଗିରଫ କରଯାଇଛି।ଅଭିଯୁକ୍ତ ଜଣଙ୍କ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମର ଜସିବନ୍ତ ମଲିକ (୨୬)। ମାମଲା ନମ୍ବର ୨୪୯/୨୩-୨୪ ରେ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଶୁକ୍ରବାର ରାତ୍ର ଫାଷ୍ଟଗେଟ ଛକରେ ଯାନବାହନ ଯାଞ୍ଚ କରୁଥିଲେ। ସେହି ରାସ୍ତା ଦେଇ ଵ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଟୋୟେଟା କାର ନମ୍ବର(ଓଆର ୦୨ ଜେଡ଼ – ୩୧୧୩) କୁ ଅଟକାଇ ଟିମ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଢି ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ଉକ୍ତ ଗାଢ଼ିରୁ ୧୫୦କେଜି ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଜେରା ବେଳେ ସେ ଉକ୍ତ ଗଞ୍ଜେଇ ଗଜପତି ଜିଲା ମୋହନା ଅଞ୍ଚଳରୁ ଵ୍ରହ୍ମପୁର ଚାଲାଣ କରିଥାନ୍ତେ ବୋଲି ଟିମ ଜାଣିବାକୁ ପାଇଛି। ଜବତ ଗଂଜେଇ ଓ କାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସେଠୀ ସୂଚନା ଦେଇଛନ୍ତି। ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ , ଏସ ଆଇ ଅଜିତ କୁମାର ନାୟକ, କନେଷ୍ଟେବଳ କପିଳାଶ ଭତ୍ରା, ସନ୍ତୋଷ ନାୟକ, ବଳରାମ ଜେନା, କୁମୁଦ ଚନ୍ଦ୍ର ପ୍ରଧାନ ,ସୁବ୍ରତ ବେହେରା ପ୍ରମୁଖ ସାମିଲ ଥିଲେ।
